ରୋଗୀଣା ସ୍ତ୍ରୀକୁ ହତ୍ୟା ଏବଂ ଦାହ ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଛୁଟି ଆବେଦନ କଲେ ବ୍ୟାଙ୍କ ମ୍ୟାନେଜର

Published By : Prameya-News7 Bureau | January 20, 2019 IST

ବକ୍ସର ୨୦/୧ : ଛୁଟି ନମିଳିବାରୁ ବ୍ୟାଙ୍କ ମ୍ୟାନେଜର ଚିନ୍ତିତ ହୋଇ ସ୍ତ୍ରୀକୁ ହତ୍ୟା କରିବ ପାଇଁ ଦୁଇ ଦିନ ଛୁଟି ପାଇଁ ଆବେଦନ କରିଛନ୍ତି | ଛୁଟି ଆବେଦନ ଦକ୍ଷିଣ ବିହାର ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ତଥା ରାଷ୍ଟପତି, ପ୍ରଧାନମନ୍ତ୍ରୀ ଏବଂ ଡିଏମଙ୍କୁ ପଠାଯାଇଥିଲା | ଘଟଣା ସାମ୍ନାକୁ ଆସିବା ପରେ ବ୍ୟକ୍ତିଙ୍କ ଛୁଟି ମଂଜୁର କରିଛନ୍ତି ବରିଷ୍ଠ ଅଧିକାରୀ | ତେବେ ସ୍ତ୍ରୀର ଚିକିତ୍ସା ପାଇଁ ବ୍ୟକ୍ତିଙ୍କ ଛୁଟି ଆବେଦନ ସ୍ୱୀକାର କରାଯାଇଛି |


ବକସଡା ମଧ୍ୟ ବିହାର ଗ୍ୟାମିୟା ବ୍ୟାଙ୍କ ଶାଖାରେ ମୁନ୍ନା ପ୍ରସାଦ ବ୍ୟାଙ୍କ ମ୍ୟାନେଜର ଭାବେ କାର୍ଯ୍ୟରତ | ତାଙ୍କ ପତ୍ନୀ ଗତ ବର୍ଷେ ହେଲା କିଡନୀ ରୋଗରେ ପୀଡିତ ଅଛନ୍ତି | ତାଙ୍କର ଚିକିତ୍ସା ଚାଲିଛି | ଚିକିତ୍ସା ପାଇଁ ସପ୍ତାହକୁ ଦୁଇଥର ତାଙ୍କର ଡାଇଲେସିସ କରିବାକୁ ପଡିଥାଏ | ବକସଡା ଶାଖାରେ କର୍ମଚାରୀଙ୍କ ଅଭାବ ଯୋଗୁଁ ସେ ଜଣେ ସବୁ କାର୍ଯ୍ୟ ସମ୍ଭାଳିଥାନ୍ତି | ତାଙ୍କୁ ହିଁ ସବୁ କାମ ଦେଖିବାକୁ ପଡିଥାଏ | ସେଥିପାଇଁ ପତ୍ନୀଙ୍କ ଚିକିତ୍ସା ପାଇଁ ତାଙ୍କୁ ଛୁଟି ମିଳିନଥାଏ |

{"id":76096,"width":584,"height":389}


ବରିଷ୍ଠ ଅଧିକାରୀଙ୍କୁ ସେ ଯେତେବେଳେ ଛୁଟି ପାଇଁ ଫୋନ କରନ୍ତି, ସେତେବେଳେ ସେ ଫୋନ ରିସିଭ କରିନଥାନ୍ତି | ସେଥିପାଇଁ ସେ ଏକ ଚିଠି ଲେଖିଥିଲେ ଯେ, ପତ୍ନୀର ହତ୍ୟା ଏବଂ ଦାହ ସଂସ୍କାର ପାଇଁ ତାଙ୍କୁ ଦୁଇ ଦିନ ଛୁଟି ଦରକାର | ପ୍ରତିଦିନ ଏମିତି ଛଟପଟ ହୋଇ କାମ କରିବା ତାଙ୍କ ପାଇଁ ସମ୍ଭବ ହେଉନାହିଁ | କାରଣ ତାଙ୍କ ପତ୍ନୀ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି | ସେଥିପାଇଁ ପତ୍ନୀଙ୍କୁ ହତ୍ୟା କରି ତାଙ୍କର ଦାହ ସଂସ୍କାର କରିଦେବେ ବୋଲି ସେ ରାଗିଯାଇ ବରିଷ୍ଠ ଅଧିକାରୀ ଚିଠି ଲେଖିଥିଲେ | ଘଟଣା ସାମ୍ନାକୁ ଆସିବା ପରେ ମୁନ୍ନା ପ୍ରସାଦଙ୍କ ଛୁଟି ମଂଜୁର କରିଥିଲେ ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.