suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ, ଭଡା ଘରୁ ମିଳିଲା ମୃତଦେହ

2/11/2020 at 12:12 PM

ଲକ୍ଷ୍ମୀପୁର ୨।୧୧: ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଭଡା ଘରୁ ମିଳିଛି ମୃତଦେହ । ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ଘଟଣାର ତଦନ୍ତ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଆଇଓବି ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ସୋମବାର ସେ ରହୁଥିବା ଭଡା ଘରୁ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ଡାକ୍ତରଖାନାରେ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ମ୍ୟାନେଜର ହେଲେ ସରୋଜ କୁମାର ଶବର । ତାଙ୍କ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ବୋଲି ଜଣାପଡିଛି ।

ଗତ ଦୁଇ ବର୍ଷ ହେଲା ସେ ଲକ୍ଷ୍ମୀପୁରର ଆଇଓବି ବ୍ୟାଙ୍କର ମ୍ୟାନେଜର ଦାୟିତ୍ବରେ ଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ତାଙ୍କ ମୃତଦେହ ଖଟ ଉପରେ ପଡିଥିବା ବେଳେ ମୃତଦେହ ନିକଟରେ ପାଣି ବୋତଲ ଏବଂ ମଦ ବୋତଲ ପଡିଥିବାର ଦେଖିବାକୁ ମିଳିଛି । ଲକ୍ଷ୍ମୀପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts