ଋଣ ଅସୁଲରେ ବିଫଳ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା, ଜାଣନ୍ତୁ କେଉଁଠି?

Published By : Prameya-News7 Bureau | October 13, 2022 IST

କାକିନାଡ଼ା ୧୩।୧୦: ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲା ୟନମ ପଡାବଲା ଗଳିରେ ରହୁଥିବା ୟୁକୋ ବ୍ୟାଙ୍କ ମ୍ୟାନେଜର ସାଇ ରତ୍ନ ଶ୍ରୀକାନ୍ତ (୩୩) ଆତ୍ମହତ୍ୟା କରିଛନ୍ତି।  ଶ୍ରୀକାନ୍ତ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ଭଡ଼ା ଘରେ ରହୁଥିଲେ। ଶ୍ରୀକାନ୍ତ ତାଙ୍କ ବେଡରୁମ ଫ୍ୟାନରେ ରଶି ଲଗାଇ ଆତ୍ମ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ସୂଚନା ପାଇ ପୋଲିସ ଶବ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇ ଯାଞ୍ଚ ଜାରି ରଖିଛି।

ପୋଲିସ ସୂଚନା ଅନୁସାରେ ଆର୍ଥିକ ସଂକଟ ଯୋଗୁ ହୁଏତ ସେ ଆତ୍ମହତ୍ୟା କରିଥାଇ ପାରନ୍ତି। ପୂର୍ବରୁ ଶ୍ରୀକାନ୍ତ ମଛଲୀ ପଟ୍ଟନମରେ ୩ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ମ୍ୟାନେଜର ଥିଲେ। ସେତେବେଳେ ବ୍ୟାଙ୍କ ମାଛ ପୋଖରୀର ରକ୍ଷଣାବେକ୍ଷଣା ନିମନ୍ତେ ମାଛ ଚାଷୀଙ୍କୁ ଋଣ ଦେଇଥିଲେ। ତେବେ ହିତାଧିକାରୀମାନେ ଋଣ କିସ୍ତି ଠିକ୍ ଭାବେ ନ ସୁଝିବାରୁ ଋଣ ବାବଦ ଅର୍ଥ ଶ୍ରୀକାନ୍ତ ନିଜେ ପୈଠ କରିଥିଲେ।

ସେଠାରୁ ୟନମ ବଦଳିହେବା ପରେ ଅଧିକ ୩୫ ଲକ୍ଷ ଟଙ୍କା ଋଣ ବାବଦ ଦେୟ ତାଙ୍କୁ ପୈଠ କରିବାକୁ ପଡିଥିଲା। ଏଣୁ ଋଣ ଚାପ ଓ ଅବସାଦ ଯୋଗୁ ସେ ଆତ୍ମ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ଅଧିକାରୀମାନେ କହିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଅଧିକାରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.