LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଲୋନ କରାଇଦେବା ପାଇଁ ଶାରିରୀକ ସମ୍ପର୍କ ରଖିବାକୁ କହିବାରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ନିର୍ଧୁମ ସେକିଲେ ମହିଳା: ଭିଡିଓ ଭାଇରାଲ

16/10/2018 at 5:47 PM

ବେଙ୍ଗାଲୁରୁ ୧୬/୧୦:ସମଗ୍ର ଦେଶରେ ମି ଠୁ କେମ୍ପନ ଚାଲିଥିବାବେଳେ  କର୍ଣ୍ଣାଟକର ଜଣେ ମହିଳା ରଂଗିଲା ବ୍ୟାଙ୍କ ମ୍ୟାନେଜରଙ୍କୁ ଉଚିତ ଶାସ୍ତି ଦେଇଛନ୍ତି। ଏହି ବ୍ୟାଙ୍କ ମ୍ୟାନେଜର ଜଣକ ଲୋନ୍ କରାଇଦେବା ପାଇଁ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ପାଇଁ କହିଥିଲେ। ମହିଳା ଜଣକ ରାସ୍ତା ମଝିରେ ସଂପୃକ୍ତ ମେନେଜରଙ୍କୁ ବାଡ଼ିରେ ଏବଂ ଚପଲରେ ସେକିଥିଲେ। ଏହି ଭିଡିଓ ଦ୍ରୃତ ଗତିରେ ଭାଇରାଲ ହେଉଛି।

ଏହି ଘଟଣା ଘଟିଛି କର୍ଣ୍ଣାଟକର ଦାବଣଗେରେ ଅଞ୍ଚଳରେ। ମହିଳାଙ୍କ କହିବା ମୁତାବକ ସେ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଲୋନ୍ ନେବା ପାଇଁ ଆବେଦନ କରିଥିଲେ। ବ୍ୟାଙ୍କ ମ୍ୟାନେଜର ମହିଳାଙ୍କୁ କହିଥିଲେ ଯଦି ସେ ଲୋନ୍ ନେବା ପାଇଁ ଚାହୁଁଛନ୍ତି ତେବେ ତାଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ପଡ଼ିବ। ଉତ୍ତ୍ୟକ୍ତ ମହିଳା ମେନେଜରଙ୍କ ସାର୍ଟର କଲର୍ ଧରି ବ୍ୟାଙ୍କ ଭିତରୁ ବାହାରକୁ ଟାଣି ଆଣିଥିଲେ। ମହିଳା ଜଣକ ଏକ ବାଡ଼ି ଉଠାଇ ମ୍ୟାନେଜରଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ।

ମହିଳା ଜଣକ ତାଙ୍କୁ ରାସ୍ତା ମଝିରେ ନିର୍ଧୁମ୍ ପିଟିଥିଲେ। ମହିଳା ଜଣକ ବହୁତ ଥର ତାଙ୍କ ଗାଲରେ ଚାପୁଡ଼ା ମଧ୍ୟ ମାରିଥିଲେ। ବ୍ୟାଙ୍କ ମ୍ୟାନେଜର ତାଙ୍କୁ ନମାରିବା ପାଇଁ କେତେ ଥର କାକୁତିମିନତି ମଧ୍ୟ ହୋଇଥିଲେ।

ଲୋକମାନେ ଏହି ଦୃଶ୍ୟର ଭିଡିଓ ମଧ୍ୟ କରିଥିଲେ। ଏହି ଘଟଣାର ଖବର ପାଇ ପୋଲିସ୍ ଆସି ଉକ୍ତ ମ୍ୟାନେଜରଙ୍କୁ ଗିରଫ କରିଥିଲେ। ସୂଚନା ଅନୁସାରେ ଏହି ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ଦେବଇୟା ଏବଂ ସେ ଡିଏଚଏଲଫ ବ୍ୟାଙ୍କରେ ମ୍ୟାନେଜର ।

   Related Posts