ଷ୍ଟେଟ୍ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ସାଢ଼େ ୩ ଲକ୍ଷ ଲୁଟ୍; ମାରଣାସ୍ତ୍ର ଓ ଅଫୁଟା ଗୁଳି ଜବତ
5/01/2023 at 5:28 PM

ନୀଳଗିରି ୦୫/୦୧: ଗୁରୁବାର ଦ୍ବିପ୍ରହରରେ କିଓସ୍କୋ ଷ୍ଟେଟ୍ ବ୍ୟାଙ୍କ୍ରୁ ବନ୍ଧୁକ ଦେଖାଇ ସାଢ଼େ ୩ଲକ୍ଷ ଟଙ୍କା ଲୁଟିଛନ୍ତି ୫ ଦୁର୍ବୁତ୍ତ। ଏପରି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ ଜାମୁନା ଅଞ୍ଚଳରେ ଦେଖିବାକୁ ମିଳିଛି। ଦୁଇଟି କଳା ପଲ୍ସର୍ରେ ଦୁର୍ବୁତ୍ତମାନେ ଆସି ଏଟିଏମ ଭାଙ୍ଗିବା ସହ ବ୍ୟାଙ୍କରେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।
ପରେ ବ୍ୟାଙ୍କର ଲକର ଭାଙ୍ଗି ସେମାନେ ଟଙ୍କା ଲୁଟିନେଇଛନ୍ତି। ସେଠାରେ ଦୁର୍ବୁତ୍ତମାନେ ଲୋକଙ୍କ ଗହଳି ହେବାରୁ ଦୁର୍ବୃତ୍ତମାନେ ମୟୂରଭଞ୍ଜ ଆଡକୁ ପଳାଇଥିବା ଜଣାପଡିଛି। ଘଟଣାସ୍ଥଳରେ ବରହମପୁର ପୋଲିସ ଓ କପ୍ତିପଦା ପୋଲିସ ପହଞ୍ଚି ସିସିଟିଭି ଫୁଟେଜ୍ ଦେଖି ତଦନ୍ତ ଆରମ୍ଭ କରିଛି। ଏହାସହ ମାରଣାସ୍ତ୍ର ଓ ଅଫୁଟା ଗୁଳି ଜବତ ପୋଲିସ ଘଟଣାସ୍ଥଳରୁ ଜବତ କରିଛି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023