oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବ୍ୟାଙ୍କ୍‌କୁ ବି ଦରକାର ଗ୍ରାହକ କେଉଁ ଧର୍ମାବଲମ୍ବୀ, KYC ଫର୍ମରେ ଦର୍ଶାଇବାକୁ ହେବ ଆପଣଙ୍କ ଧର୍ମ

21/12/2019 at 12:22 PM

ନୂଆଦିଲ୍ଲୀ ୨୧।୧୨: ଖୁବ୍ ଶୀଘ୍ର ବ୍ୟାଙ୍କଗୁଡିକ ନୋ ଇୟୋର କଷ୍ଟମର (KYC) ଫର୍ମରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି KYC ଫର୍ମରେ ଆଉ ଏକ କଲମ ସଂଲଗ୍ନ କରୁଥିବା ନେଇ ଜଣାପଡିଛି । ସେହି କଲମରେ ଜମାକାରୀ ତଥା ଗ୍ରାହକମାନଙ୍କୁ ନିଜ ନିଜର ଧର୍ମ ସମ୍ବନ୍ଧରେ ଉଲ୍ଲେଖ କରିବାକୁ ପଡିବ । ବିଦେଶୀ ମୁଦ୍ରା ବିନିମୟ ଆକ୍ଟ (FEMA) ନିୟମରେ କିଛି ପରବର୍ତ୍ତନ ହୋଇଛି । ଫଳରେ ବ୍ୟାଙ୍କ ଗୁଡିକ ପାଇଁ ଏହି ଫର୍ମରେ ପରିବର୍ତ୍ତନ କରିବା ଜରୁରୀ ହୋଇପଡିଛି । ଏହି ପରିବର୍ତ୍ତନ ମୁସଲିମ୍ ସମ୍ପ୍ରଦାୟକୁ ଛାଡି ବଛା ବଛା ଅଳ୍ପ ଲଘୁଙ୍କୁ ଏନଆରଓ ଆକାଉଣ୍ଟ ଖୋଲିବା ତଥା ସମ୍ପତ୍ତି କ୍ରୟ କରିବାରେ ସୁବିଧା ଯୋଗାଇ ଦେବା ପାଇଁ କରାଯାଇଛି ।

ନାଗରିକ ସଂଶୋଧନ ଆକ୍ଟ ଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ବାରା ୨୦୧୮ରେ ଜାରି କରାଯାଇଥିବା FEMA ନିୟମରେ ସଂଶୋଧନ ସେମାନଙ୍କ ପାଇଁ କରାଯାଇଛି ଯେଉଁମାନେ ପାକିସ୍ତାନ, ବାଂଲାଦେଶ ତଥା ଆଫଗାନିସ୍ତାନ ସଂଖ୍ୟା ଲଘୁ ସମ୍ପ୍ରଦାୟ (ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି) ଦୀର୍ଘକାଳୀନ ଭିସାରେ ଆସିଥାନ୍ତି । ଯେଉଁମାନେ ଦୀର୍ଘକାଳୀନ ଭିସାରେ ଆସିଥାନ୍ତି ସେମାନେ ଭାରତରେ ସମ୍ପତ୍ତି କ୍ରୟ କରିପାରିବେ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ଖୋଲିପାରିବେ । ଏହି ସଂଶୋଧିତ ନିୟମ ନାସ୍ତିକ, ପ୍ରବାସୀ ମୁସଲମାନ ତଥା ମିୟାଁମାର, ଶ୍ରୀଲଙ୍କା ତଥା ତିବ୍ବତର ପ୍ରବାସୀମାନଙ୍କ ପାଇଁ ଲାଗୁ ହେବନାହିଁ ।  

FEMA ରେଗୁଲେସନ ସିଡ୍ୟୁଲ ୩ରେ ସଂଶୋଧନ ଅନୁଯାୟୀ ଭାରତରେ ଦୀର୍ଘକାଳୀନ ଭିସାରେ ରହୁଥିବା ବାଂଲାଦେଶ ଅଥବା ପାକିସ୍ତାନର ସଂଖ୍ୟା ଲଘୁ ସମ୍ପ୍ରଦାୟ (ହିନ୍ଦୁ, ବୌଦ୍ଧ, ଜୈନ, ପାର୍ସି ତଥା ଖ୍ରୀଷ୍ଟିଆନ) ଲୋକଙ୍କୁ କେବଳ ଗୋଟିଏ ଏନଆରଓ ଆକାଉଣ୍ଟ ଖୋଲିବାର ମଞ୍ଜରୀ ଦିଆଯାଇଛି । ଯେତେବେଳେ ଏମାନେ ନାଗରିକତା ଅଧିନିୟମ, ୧୯୫୫ ଅଧିନିୟମ ଅନୁଯାୟୀ ଭାରତର ନାଗରିକ ହୋଇଗଲେ ସେମାନଙ୍କ ଏନଆରଓ ଆକାଉଣ୍ଟକୁ ରେସିଡେଣ୍ଟ ଆକାଉଣ୍ଟରେ ବଦଳାଇ ଦିଆଯିବ ।

FEMA ନିୟମ ଅନୁଯାୟୀ ଦୀର୍ଘକାଳୀନ ଭିସା ପାଇଥିବା ବାଂଲାଦେଶ, ପାକିସ୍ତାନ ଅଥବା ଆଫଗାନିସ୍ତାନର ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକ ଭାରତରେ କେବଳ ଅଚଳ ସମ୍ପତ୍ତି କ୍ରୟ କରିପାରିବେ । ଅର୍ଥ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ନିୟମରେ ଏହି ପରିବର୍ତ୍ତନ ଗତ ବର୍ଷ କରାଯାଇଥିଲା ।

   Related Posts