ଆରବିଆଇ ଜାରି କଲା ଛୁଟି ତାଲିକା, ମାର୍ଚ୍ଚରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

Published By : Prameya-News7 Bureau | February 22, 2023 IST

ନୂଆଦିଲ୍ଲୀ ୨୨।୦୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୩ ମାର୍ଚ୍ଚ ମାସର ବ୍ୟାଙ୍କ କ୍ୟାଲେଣ୍ଡର ଜାରି କରିଛନ୍ତି । ଏହି କ୍ୟାଲେଣ୍ଡର ଅନୁଯାୟୀ ବ୍ୟାଙ୍କ୍‌ ମାର୍ଚ୍ଚ ମାସରେ ୧୨ ଦିନ ପାଇଁ ବନ୍ଦ ରହିବ । ଆସନ୍ତା ମାସରେ ବ୍ୟାଙ୍କ ଛୁଟି କେବେ ହେବ ତାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ମାସରେ ଆପଣଙ୍କର କୌଣସି କାର୍ଯ୍ୟ ଅଛି, ତୁରନ୍ତ ସେଗୁଡିକୁ ସାରି ଦିଅନ୍ତୁ । କାରଣ ଯେତେବେଳେ ବ୍ୟାଙ୍କ ଛୁଟି ହୋଇଗଲେ, ଆପଣ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବ୍ୟାଙ୍କ ଛୁଟି ସତ୍ତ୍ୱେ ଆପଣ ଅନ୍‌ଲାଇନ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ଟଙ୍କା କାରବାର କିମ୍ବା ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ । ବ୍ୟାଙ୍କ ଛୁଟି ଏହି ସୁବିଧା ଉପରେ ପ୍ରଭାବ ପକାଇବ ନାହିଁ ।

ତେବେ ଆସନ୍ତୁ ଜାଣିବା ୨୦୨୩ ମାର୍ଚ୍ଚରେ କେତେ ଦିନ ଛୁଟି ରହିବାକୁ ଯାଉଛି ବ୍ୟାଙ୍କ । ତେବେ ଏହି ଛୁଟି ଗୁଡିକରେ ସାପ୍ତାହିକ ଛୁଟି ଅନ୍ତର୍ଭୂକ୍ତ କରାଯାଇଛି । ତେବେ ଆଞ୍ଚଳିକ ଛୁଟି ଗୁଡିକ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିର କରାଯାଉଥିବାରୁ ଆରବିଆଇର ଅଫିସିଆଲ୍ ଓ୍ବେବସାଇଟରେ ଏହା ତଥ୍ୟ ଦିଆଯାଇନାହିଁ ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ୍ …

ମାର୍ଚ୍ଚ ୩,୨୦୨୩: ଚାପଚର କୁଟ ଅବସରରେ ଆଇଜୱାଲରେ ବ୍ୟାଙ୍କ ବନ୍ଦ ରହିବ।

ମାର୍ଚ୍ଚ ୫,୨୦୨୩: ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।

ମାର୍ଚ୍ଚ ୭,୨୦୨୩: ହୋଲିର ପୂର୍ବ ଦିନ, ଦୋଳ ଯାତ୍ରା ପାଇଁ ବେଲାପୁର, ଗୁଆହାଟୀ, କାନପୁର, ହାଇଦ୍ରାବାଦ, ଜୟପୁର, ମୁମ୍ବାଇ, ନାଗପୁର, ରାଚି ଏବଂ ପାନଜୀରେ ବ୍ୟାଙ୍କ ଛୁଟି ହେବ।

ମାର୍ଚ୍ଚ ୮, ୨୦୨୩: ହୋଲିର ଦ୍ବିତୀୟ ଦିନରେ ଅଗରତାଲା, ଅହମ୍ମଦାବାଦ, ଆଇଜାୱଲ, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଦେହରାଡୁନ୍, ଗାଙ୍ଗଟୋକ, ଇମ୍ଫାଲ, କାନପୁର, ଲକ୍ଷ୍ନୌ, ନୂଆଦିଲ୍ଲୀ, ପାଟନା, ରାୟପୁର, ରାଞ୍ଚି, ଶିଲୋଙ୍ଗ, ଶିମଲା, ଏବଂ ଶ୍ରୀନଗରରେ ବ୍ୟାଙ୍କ ଗୁଡ଼ିକରେ ଛୁଟି ରହିବ ବ୍ୟାଙ୍କ୍  ।  

ମାର୍ଚ୍ଚ ୯,୨୦୨୩: ହୋଲି ଅବସରରେ ପାଟନାରେ ବ୍ୟାଙ୍କ ବନ୍ଦ ରହିବ ।

ମାର୍ଚ୍ଚ ୧୧,୨୦୨୩: ମାସର ଦ୍ୱିତୀୟ ଶନିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ମାର୍ଚ୍ଚ ୧୨,୨୦୨୩: ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ମାର୍ଚ୍ଚ ୧୯,୨୦୨୩: ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

ମାର୍ଚ୍ଚ ୨୨,୨୦୨୩:  ଗୁଡି ପାଦୱା/ଉଗାଡି ପର୍ବ/ବିହାର ଦିବସ /ତେଲୁଗୁ ନବ ବର୍ଷ ଓ ପ୍ରଥମ ନାବରାତ୍ରୀ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।

ମାର୍ଚ୍ଚ ୨୫,୨୦୨୩:  ମାସର ଚତୁର୍ଥ ଶନିବାର ଅବସରରେ ସାରା ଦେଶରେ ବ୍ୟାଙ୍କଗୁଡିକ ପାଇଁ ଛୁଟିଦିନ ରହିବ ।

ମାର୍ଚ୍ଚ ୨୬,୨୦୨୩: ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ମାର୍ଚ୍ଚ୨୩, ୨୦୨୩: ରାମ ନବମୀ ଅବସରରେ ଅହମ୍ମଦାବାଦ, ବେଲାପୁର, ଭୋପାଳ, ଚଣ୍ଡିଗଡ଼, ଗାଙ୍ଗଟୋକ, ହାଇଦ୍ରାବାଦ, ଜୟପୁର, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ପାଟନା, ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.