ଏପ୍ରିଲ୍ ୧୯ ତାରିଖରେ ବ୍ୟାଙ୍କ୍ ବନ୍ଦ; ଲୋକସଭା ନିର୍ବାଚନ ଲାଗି ଛୁଟି ଘୋଷଣା

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ:  ଏପ୍ରିଲ୍ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ଆସନରେ ପ୍ରାୟ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ତେବେ ଭୋଟିଂ ଦିନ ବ୍ୟାଙ୍କ ଅବକାଶ ଘୋଷଣା ହୋଇଛି । ଯେଉଁ ସହରରେ ମତଦାନ ହେବ ସେହି ସବୁ ସହରରେ ଜାତୀୟ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।  

ଏପ୍ରିଲ୍ ୧୯ ତାରିଖରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ୍, ତାମିଲନାଡ଼ୁ, ତ୍ରିପୁରା, ଉତ୍ତରପ୍ରଦେଶ,  ଏବଂ ଭତ୍ତରାଖଣ୍ଡରେ ଲୋକସଭା ନିର୍ବାଚନ ହେବ । ତେବେ ଏହି ସବୁ ରାଜ୍ୟର କିଛି ସହରରେ ବ୍ୟାଙ୍କ ବନ୍ଦ ରହିବ । ବିଶେଷ କରି ଚେନ୍ନାଇ, ଡେରୁଡୁନ୍, ଇଟାନଗର, ଜୟପୁର, କୋହିମା, ନାଗପୁର, ଏବଂ ସିଲଙ୍ଗ ଆଦି ପ୍ରମୁଖ ସହରରେ ଜାତୀୟ ବ୍ୟାଙ୍କ ବନ୍ଦ ରହିବ । ସେହିପରି ତାମିଲନାଡୁର ବିଲିବନକୋଡ୍ ଏବଂ କନ୍ୟାକୁମାରୀ ଜିଲ୍ଲାରେ ହେବାକୁ ଥିବା ଉପ-ନିର୍ବାଚନ ବେଳେ ମଧ୍ୟ ବ୍ୟାଙ୍କ ଅବକାଶ ରହିବ । 

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଉତ୍ତରାଖଣ୍ଡ ସରକାର ଏପ୍ରିଲ୍ ୧୯ତାରିଖକୁ ଛୁଟି ଘୋଷଣା କରିଛନ୍ତି । ସେହିପରି ନାଗାଲାଣ୍ଡ ଗୃହ ବିଭାଗ ସମସ୍ତ କର୍ମଚାରୀ ଚାକିରିଆଙ୍କ ପାଇଁ ଭୋଟ୍ ଦିନ ଛୁଟି ଘୋଷଣା କରିଛନ୍ତି । ନିର୍ବାଚନକୁ   ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଏପ୍ରିଲ୍ ୧୯ ତାରିଖ ପାଇଁ ସର୍ବାଜନିକ ଛୁଟି ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ୩୯ଟି ଆସନରେ ଏକକାଳୀନ ନିର୍ବାଚନ ହେବ । 

 

  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.