କେନ୍ଦ୍ର ସରକାରଙ୍କ ଆଶ୍ୱସ୍ତିକର ନିର୍ଦ୍ଦେଶ, ଅସୁସ୍ଥ ପେନସନଭୋଗୀଙ୍କ ଘରକୁ ଯାଇ ବ୍ୟାଙ୍କ କର୍ମଚାରୀ ନିଅନ୍ତୁ ଜୀବନ ପ୍ରମାଣପତ୍ର
27/09/2023 at 10:54 PM

ନୂଆଦିଲ୍ଲୀ: ପେନସନ ଦେଉଥିବା ସବୁ ବ୍ୟାଙ୍କ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ। ରୋଗୀ ଏବଂ ହସ୍ପିଟାଲରେ ଭର୍ତ୍ତି ପେନସନଭୋଗୀଙ୍କ ଜୀବନ ପ୍ରମାଣପତ୍ର ପାଇଁ ଘରକୁ ଯାଇ ସଂଗ୍ରହ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ।
ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DOPPDW) ଏକ ଆଦେଶରେ କହିଛି ଯେ, ସବୁ ବ୍ୟାଙ୍କ୍ ୮୦ ବର୍ଷ ଏବଂ ତାହାଠାରୁ ଅଧିକ ବୟସର ବରିଷ୍ଠ ପେନସନଭୋଗୀଙ୍କ ଡିଜିଟାଲ ମାଧ୍ୟମରେ ଜୀବନ ପମାଣପତ୍ର ତିଆରି କରିବାକୁ ଚେଷ୍ଟା କରନ୍ତୁ।
ଚେହେରା ଚିହ୍ନଟ ନିମନ୍ତେ ଟେକ୍ନୋଲୋଜିର ବ୍ୟବହାର ଦ୍ବାରା ପେନସନଭୋଗୀଙ୍କୁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ କରାଯାଇପାରିବ। ସୂଚନାଥାଉକି, ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରାୟ ୬୯.୭୬ ଲକ୍ଷ ପେନସନଭୋଗୀ ଅଛନ୍ତି।
ଆହୁରି ପଢ଼ନ୍ତୁ: ଅକ୍ଟୋବରରୁ ବାଧ୍ୟତାମୂଳକ ହେବ ଅନଲାଇନରେ ପେନସନ ଆବେଦନ, ସୂଚନା ଦେଲେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ
ଡିଓପିପିଡବ୍ଲୁ ତରଫରୁ ଜାରି ଆଦେଶରେ କୁହାଯାଇଛି ଯେ, ଚେହେରା ଚିହ୍ନଟ ପାଇଁ ତିଆରି କରାଯାଇଥିବା ଡିଜିଟାଲ ଲାଇଫ୍ ସାର୍ଟିଫିକେଟକୁ ଏବେ ସବୁ ପେନସନଭୋଗୀ ନିଜ ଘରୁ ହିଁ ସ୍ମାର୍ଟଫୋନ୍ ମାଧ୍ୟମରେ ବ୍ୟାଙ୍କ୍ ଶଖାରେ ଜମା କରିପାରିବେ।
ଆଦେଶ ଅନୁଯାୟୀ ବ୍ୟାଙ୍କ୍ ଡୋରଷ୍ଟେପ୍ ବ୍ୟାଙ୍କିଂ କର୍ମଚାରୀଙ୍କୁ ନିଯୁକ୍ତ କରି ଲାଇଫ୍ ସାର୍ଟିଫିକେଟ୍ ଜମା କରିବାର ସୁବିଧା ଦେଇପାରିବେ । ବ୍ୟାଙ୍କ ୮୦ ବର୍ଷରୁ ଅଧିକ ବୟସର ପେନସନଭୋଗୀଙ୍କୁ ୧ ଅକ୍ଟୋବରରୁ ଏହି ସୁବିଧା ଦେବା ପାଇଁ ନିର୍ଦ୍ଦେଶ ନିଜ ଶାଖାକୁ ଦେଇପାରିବେ।
ଆହୁରି ପଢ଼ନ୍ତୁ: ହରିୟାଣା ସରକାରଙ୍କ ଘୋଷଣା: ୪୫ରୁ ୬୦ ବର୍ଷର ଅବିବାହିତଙ୍କୁ ମିଳିବ ପେନସନ
ଏହି ଆଦେଶକୁ ବ୍ୟାଙ୍କ୍ଙ୍କୁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ ତିଆରିର ସୁବିଧା ବିଷୟରେ ଜାଗ୍ରତ କରିବା ପାଇଁ ବିଭିନ୍ନ ମଞ୍ଚର ବ୍ୟବହାର କରିବାର ପରାମର୍ଶ ଦିଆଯାଇଛି। ଏନେଇ ବ୍ୟାଙ୍କ୍ ଶାଖା ଏବଂ ଏଟିଏମରେ ପୋଷ୍ଟର ଦ୍ବାରା ସୂଚନା ଦିଆଯାଇପାରିବ।