Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟାଙ୍କ୍ ଛାତ ଉପରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ଗତମାସରେ ହୋଇଥିଲେ ଲୁଟ୍‌ର ଶିକାର

10/02/2020 at 3:05 PM

ସାଲେପୁର ୧୦।୨: ବ୍ୟାଙ୍କ ଛାତ ଉପରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅତ୍ୟଧିକ କାର୍ଯ୍ୟଭାରରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି କିମ୍ବା ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି । ଘଟଣାଟି ଘଟିଛି କଟକ ଜିଲ୍ଲା ସାଲେପୁରରେ ।

ସୂଚନାଯୋଗ୍ୟ ଯେ, ସାଲେପୁର ମାଛୁଆତିଠାରେ ଥିବା କଟକ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ଛାତ ଉପରେ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ହେଉଛନ୍ତି ରମେଶ କୁମାର ରାଉତ। ତାଙ୍କ ଘର ନେମାଳ ଥାନା ପୁରୁଣାପାରି ଗାଁରେ । ଦୀର୍ଘ୧୫ବର୍ଷ ଧରି ସେ ଏଠାରେ ମେସେଞ୍ଜର ଓ ରାତ୍ରିଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତକାଲି ରାତିରେ ସେ ବ୍ୟାଙ୍କରେ ନଥିଲେ । ଅତ୍ୟଧିକ କାର୍ଯ୍ୟଭାରରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି କିମ୍ବା ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି । ସାଲେପୁର ପୋଲିସ ଶବଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

ଅନ୍ୟପଟେ ତାଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ନଥିଲା ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତମାସ ୨୦ତାରିଖ ଦିନ ଏହି କର୍ମଚାରୀ ଜଣଙ୍କ ବ୍ୟାଙ୍କର ୩୦ହଜାର ଟଙ୍କା ନେଇ ବାଇକ୍ ଯୋଗେ ଆସୁଥିବା ସମୟରେ ନେମାଳ ନାଗାମଠ ନିକଟରେ ଦୁଇ ଜଣ ଲୁଟେରା ତାଙ୍କୁ ଛୁରୀରେ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ। ତେବେ ଏହି ଘଟଣା ଘଟଣା ସହ ମୃତ୍ୟୁ ଘଟଣାର ଲିଙ୍କ୍ ଅଛି କି ନାହିଁ ତାର ତଦନ୍ତ କରୁଛି ପୋଲିସ ।

   Related Posts