୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଭଲ ପାଉଥିଲେ କ୍ୟାସିଅର ! କଣ ହେଲା ଯେ, ପିଟି ପିଟି ହତ୍ୟା କଲେ ଗାଁ ଲେକେ? ସିସିଟିଭିରେ ସବୁ ହୋଇଛି କଏଦ

Published By : Prameya-News7 Bureau | January 23, 2019 IST

ସାନଖେମୁଣ୍ଡିି ୨୩|୧: ବ୍ୟାଙ୍କ କ୍ୟାସିୟରଙ୍କୁ ମର୍ଡର । ଗଂଜାମ ଧରାକୋଟ ଥାନା ମୁଣ୍ଡମରାଇ ଗାଁ ପାହାଡ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି ।ମୃତକ ହେଲେ ଛତ୍ରପୁରର ବିନୟ କୁମାର ବେହେରା । ପ୍ରେମ ବ୍ୟାପାରାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କହିଛି ପୋଲିସ । ଘଟଣାରେ ଜଣେ ନାବାଳିକାଙ୍କ ସମେତ କିଛି ଯୁବକଙ୍କୁ ଅଟକ ରଖି ତନାଘନା କରୁଛି ପୋଲିସ ।

{"id":77295}

ପ୍ରେମ ବ୍ୟାପାରରୁ ଜୀବନ ନେଲେ । ଗଂଜାମ ଧରାକୋଟ ଥାନା ଅଞ୍ଚଳରେ ମର୍ଡର । ମୁଣ୍ଡ ମରାଇ ଗାଁଠୁ ଅଳ୍ପ ଦୂରରେ ଥିବା ମୋରମ ପାହାଡ଼ ନିକଟରେ ବ୍ୟାଙ୍କ କ୍ୟାସିୟରଙ୍କୁ ହତ୍ୟା । ମୃତକ ହେଲେ ଛତ୍ରପୁରର ବିନୟ କୁମାର ବେହେରା । ଆନ୍ଧ୍ର ବ୍ୟାଙ୍କରେ କ୍ୟାସିୟର ଭାବେ କାମ କରୁଥିଲେ ସେ । ପାହାଡ଼ ନିକଟକୁ ଡାକି ନେଇ ବିନୟଙ୍କୁ ପ୍ରବଳ ମାଡ଼ ମାରିଥିଲେ ଅଭିଯୁକ୍ତମାନେ । ଆଉ ତାପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରି ଚମ୍ପଟ ମାରିଛନ୍ତି । ସିସିଟିଭିରେ ଏ ସମସ୍ତ ଦୃଶ୍ୟ କଏଦ ହୋଇଥିବା ବେଳେ ସେହି ଆଧାରରେ ପୋଲିସ ତଦନ୍ତ ଚଳାଇଛି ।

{"id":77296}

ମୃତ ବିନୟଙ୍କର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରେମ ସଂପର୍କ ଥିଲା ।  ପ୍ରେମ  ବ୍ୟାପାରକୁ ନେଇ ଗତ କାଲି କିଛି ଦୁର୍ବୃତ୍ତ ବ୍ୟାଙ୍କ ବନ୍ଦ ହେବା ପରେ ବିନୟଙ୍କୁ ପାହାଡ଼ ନିକଟକୁ ଡାକି ନେଇଥିଲେ । ମୃତକଙ୍କ ପିଠିରେ ମାଡ଼ ଚିହ୍ନ ଥିବା ଦେଖିବାକୁ ମିଳିଛି । ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ପୋଲିସ ନାବାଳିକା ପ୍ରେମିକା ସମେତ ୩ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

{"id":77297}

ତେବେ ତଦନ୍ତ ପରେ ହିଁ ବ୍ୟାଙ୍କ କ୍ୟାସିୟର ମର୍ଡର ପଛରେ ଥିବା ସତ ପଦାକୁ ଆସିବ …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.