ପୁରାତନ ଛାତ୍ରସଂଘ ପକ୍ଷରୁ ବାଣୀବିହାରରେ ବନ ମହୋତ୍ସବ

Published By : Prameya-News7 Bureau | July 10, 2022 IST

ଭୁବନେଶ୍ୱର ୧୦/୦୭: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଏବଂ ଆଲୁମୁନି କନେକ୍ଟ ପକ୍ଷରୁ ମିଳିତ ଭାବେ ଆଜି ବାଣୀବିହାର ପରିସରରେ ବନ ମହୋତ୍ସବ ପାଳନ କରାଯାଇଛି। ପୁରାତନ ଛାତ୍ରସଂଘ ସଦସ୍ୟ ଏବଂ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ବାଣୀବିହାର ପରିସରରେ ଥିବା ଗୋପବନ୍ଧୁ ଛାତ୍ରାବାସ ବଗିଚାରେ ଆମ୍ବ, ବଉଳ, ଜାମୁ, ପେସ୍ତା ବାଦାମ, ଲିମ୍ବ ଏବଂ ପିଜୁଳି ଚାରା ରୋପଣ କରିଛନ୍ତି। ନିକଟରେ ଆଲୁମୁନି କନେକ୍ଟ ସଂଯୋଜକ ଦାୟିତ୍ଵ ଗ୍ରହଣ କରିଥିବା ପ୍ରଫେସର ମିତାଲୀ ଚିନାରାଙ୍କୁ ଏହି ଅବସରରେ ପୁରାତନ ଛାତ୍ରସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରସଂଘ ସଭାପତି ବିଜୟ କୁମାର ପଟ୍ଟନାୟକ, ସମ୍ପାଦକ ପ୍ରଫେସର ଅଶୋକ ଦାସ, ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟି, ଡକ୍ଟର ନାରାୟଣ ତ୍ରିପାଠୀ, ବିଶ୍ବଜିତ ନାୟକ, ପ୍ରବୀର ମହାପାତ୍ର ଏବଂ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଲୁମ୍ନି କନେକ୍ଟ ସଂଯୋଜକ ପ୍ରଫେସର ମିତାଲୀ ଚିନାରା, ସଦସ୍ୟ ଡକ୍ଟର ଗୁଣନିଧି ସାହୁ, ବିଶ୍ବବିଦ୍ୟାଳୟ ବିକାସ ଅଧିକାରୀ ମନୋରଞ୍ଜନ ସେନାପତି, ଗୋପବନ୍ଧୁ ଛାତ୍ରାବାସର ସହକାରୀ ଅଧିକ୍ଷକ ପୁଲସ୍ତ୍ୟ ଜେନା ଉପସ୍ଥିତ ଥିଲେ। ଗୋପବନ୍ଧୁ ଛାତ୍ରାବାସ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.