ହିଂସାରେ ବାଂଲାଦେଶର ଶିକ୍ଷକବି ପ୍ରଭାବିତ, ୪୦ ସଂଖ୍ୟାଲଘୁଙ୍କୁ ଇସ୍ତଫା ଦେବାକୁ କରାଯାଇଛି ବାଧ୍ୟ

Published By : Prameya-News7 Bureau | September 01, 2024 IST

Image Courtesy- TV9

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ବାଂଲାଦେଶରେ ଭାଙ୍ଗିଥିଲା ଶେଖ ହସୀନା ସରକାର । ହେଲେ  ଏହା ପରେ ଦେଶରେ ଯେଉଁ ବଡ଼ ହିଂସା ହୋଇଥିଲା ତାହା ଅନେକଙ୍କ ଜୀବନ ନେଇଥିଲା। ଅବଶ୍ୟ ଏହି ହିଂସା ପରେ ବାଂଲାଦେଶରେ ବଦଳିଛି ଶାସନ । ହେଲେ ସେହି ହିଂସାର ନିଆଁ ଶିକ୍ଷକଙ୍କୁ ମଧ୍ୟ ପ୍ରଭାବିତ କରିଛି। କାରଣ ବାଂଲାଦେଶରେ ଅଗଷ୍ଟ ୫ରୁ ଏପର୍ଯ୍ୟନ୍ତ ୪୯ ସଂଖ୍ୟାଲଘୁ ସଂପ୍ରଦାୟ ଶିକ୍ଷକ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି। ଏନେଇ ସୂଚନା ଦେଇଛି ଅଳ୍ପସଂଖ୍ୟକ ସଂଗଠନ। କୁହାଯାଇଛି, ଶେଖ ହସିନା ସରକାର ଶାସନରୁ ହଟିବା ପରଠାରୁ ୫୨ ଜିଲ୍ଲାରେ ପ୍ରାୟ ୨୦୫ ସଂଖ୍ୟାଲଘୁ ସମୁଦାୟର ଲୋକଙ୍କ ଉପରେ ଆକ୍ରମଣ ହୋଇଛି।

ସଂଗଠନ କହିଛି ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟର ଶିକ୍ଷକଙ୍କ ଉପରେ ମାରପିଟ୍‌ ଜାରି ରହିଛି । ଫଳରେ ବାଧ୍ୟ ହୋଇ ପ୍ରାୟ ୪୯ ଶିକ୍ଷକ ଇସ୍ତଫା ଦେଇଛନ୍ତି। ଅବଶ୍ୟ ପରେ ୧୯ ଜଣକୁ ପୁଣି କାମକୁ ଫେରାଇ ନିଆଯାଇଛି। ହିଂସା ସମୟରେ ଧାର୍ମିକ ଏବଂ ଅଳ୍ପସଂଖ୍ୟକ ସଂପ୍ରଦାୟ ଲୋକଙ୍କ ଘରେ ଲୁଟ, ମହିଳାଙ୍କ ଉପରକୁ ଆକ୍ରମଣ, ମନ୍ଦିରରେ ଭଙ୍ଗାରୁଜା, ଘର ଏବଂ ଦୋକାନରେ ଭଙ୍ଗାରୁଜା ଏବଂ ପୋଡ଼ାଜଳା, ହତ୍ୟା ଭଳି ଘଟଣା ସାମ୍‌ନାକୁ ଆସିଛି। 

ସୂଚନାଥାଉକି, ଅଗଷ୍ଟ ମାସ ଆରମ୍ଭରେ ବାଂଲାଦେଶରେ ହସୀନା ସରକାରଙ୍କ ଶାସନ ଶେଷ ହେବା ପରେ ଦେଶରେ ହିଂସା ବଢ଼ିଥିଲା । ଏଥିରେ ୨୩୦ ଅଧିକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଜୁଲାଇରେ କୋଟା ସିଷ୍ଟମର ବିରୋଧରେ ଆରମ୍ଭ ହୋଇଥିବା ହିଂସାରେ ସୁମଦାୟ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ବାଂଲାଦେଶରେ ବର୍ତ୍ତମାନ ନୋବେଲ ପୁରସ୍କାର ବିଜେତା ୮୪ ବର୍ଷୀୟ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବରେ ନେତୃତ୍ବ ନେଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.