ଯାହା କରି ପାରିଲାନି ଟିମ୍ ଇଣ୍ଡିଆ, ତାହା କରି ଦେଖାଇଲା ବାଂଲାଦେଶ, ଦକ୍ଷିଣ ଆଫ୍ରିକାରେ ଜିତିଲା ଦିନିକିଆ ସିରିଜ୍

Published By : Prameya-News7 Bureau | March 23, 2022 IST

ନୂଆଦିଲ୍ଲୀ ୨୩।୦୩: ଯାହା ଟିମ୍ ଇଣ୍ଡିଆ କରି ପାରିଲା ନାହିଁ ତାହା କରି ଦେଖାଇଛି ବାଂଲାଦେଶ। ଦକ୍ଷିଣ ଆଫ୍ରିକା ମାଟିରେ ସିରିଜର ଶେଷ ତଥା ନିର୍ଣ୍ଣାୟକ ଦିନିକିଆରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୯ ଓ୍ଵିକେଟ୍ ପରାସ୍ତ କରିଛି ବାଂଲାଦେଶ। ଏହି ବିଜୟ ସହ ବାଂଲାଦେଶ ଇତିହାସ ରଚିଛି। ଦକ୍ଷିଣ ଆଫ୍ରିକା ମାଟିରେ ବାଂଲାଦେଶ ପ୍ରଥମ ଥର ଦିନିକିଆ ସିରିଜ୍ ଜିତିବାରେ ସଫଳ ହୋଇଛି।

ବାଂଲାଦେଶ ପ୍ରଥମେ ବୋଲିଂ କରି ତସ୍କିନ ଅହମ୍ମଦଙ୍କ ଘାତକ ବୋଲିଂ ୫ ଓ୍ଵିକେଟ୍ ସଫଳତା ବଳରେ ଦକ୍ଷିଣ ଆଫ୍ରିକାକୁ ୩୭ ଓଭରରେ ୧୫୪ ରନରେ ଅଲଆଉଟ୍ କରିଥିଲା। ଜବାବରେ ଦଳ ୨୬.୩ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ୍ ହରାଇ ସହଜ ବିଜୟ ହାସଲ କରି ନେଇଛି। ଦଳ ପକ୍ଷରୁ ଅଧିନାୟକ ତମିମ ଇକବାଲ ଅପରାଜିତ ୮୭ ରନ ଏବଂ ସାକିବ ଉଲ ହାସନ ୧୮ ରନ କରି ଅପରାଜିତ ଥିଲେ। ତମିମ ଦିନିକିଆ କ୍ୟାରିୟରରେ ୫୨ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୮୨ ବଲ୍‌ରୁ ୧୪ ଚୌକା ମାରିଛନ୍ତି। ଲିଟନ ଦାସ ୫୭ ବଲ୍‌ରୁ ଆଠ ଚୌକା ସହ ୪୮ ରନ କରି  ଆଉଟ୍ ହୋଇଥିଲେ।

wp:html /wp:html

ଏହା ପୂର୍ବରୁ ଜାନୁଆରୀରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ତେବେ ଦଳ ୦-୩ରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ମାତ୍ର ବାଂଲାଦେଶ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ୨-୧ରେ  ଜିତିବାରେ ସଫଳ ହୋଇଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଜାନେମନ ମଲାନ ସର୍ବାଧିକ ୩୯ ରନ କରିଥିଲେ। ଘରୋଇ ଦଳର କୌଣସି ବ୍ୟାଟସମ୍ୟାନ ତସ୍କିନ ଅହମ୍ମଦଙ୍କ ଘାତକ ବୋଲିଂ ମୁକାବିଲା କରିପାରିନଥିଲେ। କେଶବ ମହାରାଜ ୨୮, ଡ୍ଵେନ ପ୍ରିଟୋରିୟସ ୨୦, ଡେଭିଡ୍ ମିଲର ୧୬  ଏବଂ ଡି କକ ୧୨ ରନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ତସ୍କିନ ୩୫ ରନ ଦେଇ ୫ ଓ୍ଵିକେଟ୍ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ ସିରିଜ୍ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିବା ତସ୍କିନ ମ୍ୟାନ୍ ଅଫ ଦ ମ୍ୟାଚ୍ ଆଓ୍ଵାର୍ଡ ସହ ପ୍ଲେୟାର ଅଫ ଦ ଆଓ୍ଵାର୍ଡରେ ବିବେଚିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.