AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଶେଷ ଓ୍ଵିକେଟ୍ ବି ନେଇ ପାରିଲାନି ଭାରତ, ରୋହିତ ବାହିନୀଠୁ ବିଜୟ ଛଡାଇ ନେଲେ ମେହଦି ହାସନ

4/12/2022 at 7:20 PM

ଢାକା: ବାଂଲାଦେଶ ୧୩୬ ରନରେ ୯ ଓ୍ଵିକେଟ୍ ହରାଇ ପରାଜୟର ଦ୍ଵାର ଦେଶରେ ଥିଲା। ଆଉ ଭାରତର ବିଜୟ ସୁନିଶ୍ଚିତ ଲାଗୁଥିଲା। କାରଣ ବାଂଲାଦେଶକୁ ଜିତିବା ପାଇଁ ୫୧ ରନ ଦରକାର ଥିଲା ଏବଂ ହାତରେ ଥିଲା ମାତ୍ର ଏକ ଓ୍ଵିକେଟ୍। ତେବେ ମେହହି ହାସନ ମିର୍ଜାଙ୍କ  ଲଢୁଆ ବ୍ୟାଟିଂ କରି ଭାରତ ମୁହଁରୁ ବିଜୟ ଛଡାଇ ନେଇଛନ୍ତି। ବାଂଲାଦେଶ ରୋମାଞ୍ଚକର ମ୍ୟାଚ୍‌ରେ ଅବିଶ୍ଵସନୀୟ ବିଜୟ ହାସଲ କରିଛି। ଲୋ ସ୍କୋରିଂ ପ୍ରଥମ ଦିନିକିଆରେ ଘରୋଇ ବାଂଲାଦେଶ ଭ୍ରମଣକାରୀ ଭାରତକୁ ୧ ଓ୍ଵିକେଟ୍‌ରେ ହରାଇଛି। ଭାରତୀୟ ଦଳ ଏବଂ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ୪୧.୨ ଓଭରରେ ୧୮୬ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ  ଲୋକେଶ ରାହୁଲ ସର୍ବାଧିକ ୭୩ ରନ କରିଥିଲେ। ଜବାବରେ ବାଂଲାଦେଶ ମେହଦି ହାସନ ମିର୍ଜାଙ୍କ ଅପରାଜିତ ୩୮ ରନ ଏବଂ ମୁସ୍ତାଫିଜୁର ରେହମାନଙ୍କ ଅପରାଜି ୧୦ ରନ ବଳରେ ୪୬ ଓଭରରେ ୯ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ମିର୍ଜା ଏବଂ ରେହମାନ ଅସମାପ୍ତ ୧୦ମ ଓ୍ଵିକେଟରେ ୫୧ ରନ ଯୋଡି ଦଳକୁ ଐତିହାସିକ ବିଜୟ ଦେଇଛନ୍ତି। ପ୍ରଥମ ମ୍ୟାଚ୍ ଜିତି ବାଂଲାଦେଶ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି।  

୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ଖାତା ଖୋଲିବା ପୂର୍ବରୁ ଓ୍ଵିକେଟ୍ ହରାଇଥିଲା। ଟପ୍ ଅର୍ଡରରେ ଅଧିନାୟକ ଲିଟନ୍ ଦାସଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ନେଇ ବାଂଲାଦେଶକୁ ଚାପରେ ରଖିବା ସହ ମ୍ୟାଚ୍‌କୁ ରୋମାଞ୍ଚକର ମୋଡକୁ ନେଇଥିଲେ। ନଜାମୁଲ ହୁସେନ ସାଣ୍ଟୋ(୦), ଅନାମୁଲ ହକ(୧୪) ସଅଳ ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ସାକିକ ଉଲ ହାସନ ୨୯ ରନର ଉପଯୋଗ ଇନିଂସ ଖେଳିଥିଲେ ହେଁ ସ୍କୋରକୁ ଆଗକୁ ବଢାଇ ପାରିନଥିଲେ। ଅଧିନାୟକ ଲିଟନ ଦାସ ୪୧ ରନ କରି ଆଉଟ୍ ହେବା ବାଂଲାଦେଶକୁ ବଡ ଝଟକା ଦେଇଥିଲା। ମୁସଫିକର ରହିମ(୧୮) ଏବଂ ମହମୁଦଲ୍ଲା(୧୪) ପାଭିଲିୟନ ଫେରିଥିଲେ। ୧୩୬ ରନରେ ୯ ଓ୍ଵିକେଟ୍ ହରାଇ ବାଂଲାଦେଶ ପରାଜୟର ଦ୍ଵାର ଦେଶରେ ରହିଥିଲା।

ତେବେ ମେହଦି ହାସନ ମିର୍ଜା ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ। ସେ ମୁସ୍ତାଫିଜୁର ରେହମାନଙ୍କୁ ସାଥୀ କରି ଦଳକୁ ବିଜୟ ଆଡକୁ ନେଇଥିଲେ। ଶତଚେଷ୍ଟା ପରେ ବି ଭାରତୀୟ ବୋଲର ଏହି ଯୋଡିଙ୍କୁ ଆଉଟ୍ କରି ପାରିନଥିଲେ।ଶେଷରେ ମିର୍ଜା ଏବଂ ରେହମାନ ଅସମାପ୍ତ ୧୦ମ ଓ୍ଵିକେଟରେ ୫୧ ରନ ଯୋଡି ଦଳକୁ ଐତିହାସିକ ବିଜୟ ଦେଇଛନ୍ତି।ଭାରତୀୟ ବୋଲର ଦୀପକ ଚହର ୩୨ ରନ ଦେଇ ୧ ଓ୍ଵିକେଟ୍, କୁଲଦୀପ ସେନ ୩୭ ରନରେ ୨, ଓ୍ଵାଶିଂଟନ ସୁନ୍ଦର ୧୭ ରନରେ ୨ ଏବଂ ଶାର୍ଦ୍ଦୁଳ ଠାକୁର ୨୧ ରନରେ ୧ ଓ୍ଵିକେଟ୍ ନେଇଥିଲେ।

   Related Posts