ବାଂଲାଦେଶ ହେଲା U-19 ବିଶ୍ୱକପ୍ ଚାମ୍ପିୟନ

Published By : Prameya-News7 Bureau | February 09, 2020 IST

ନୂଆଦିଲ୍ଲୀ, ୯।୨:  ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ବାଂଲାଦେଶ ଜିତିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୪୭.୨ ଓଭରରେ ୧୭୭ ରନରେ ଅଲଆଉଟ ହୋଇଯାଇଥିଲା। ୧୭୮ ରନର ବିଜୟ ଲକ୍ଷ୍ୟ ନେଇ ଷ୍ଟାଡିୟମକୁ ଓହ୍ଲାଇଥିବା ବାଂଲାଦେଶ ଡକଓ୍ୱର୍ଥ ନିୟମରେ ୩ ୱିକେଟ୍ ବିନିମୟରେ ବିଜେତା ଘୋଷିତ ହୋଇଛି। ଫଳରେ ଅଣ୍ଡର-୧୯ ବିଶ୍ୱ ଚାମ୍ପିୟନ ହୋଇଛି ବାଂଲାଦେଶ।

{"id":222536,"sizeSlug":"large"}

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୟଶସ୍ୱୀ ଜୟଶ୍ୱାଲ ଓ ଦିବ୍ୟାଂଶ ସକସେନାଙ୍କୁ ଓପନିଂ ପାଇଁ କ୍ରିଜକୁ ଓହ୍ଲାଇଥିଲା। ୟଶସ୍ୱୀ ନିଜ ଅନ୍ଦାଜରେ ବ୍ୟାଟିଂ କରିଥିଲେ। ସେ ୧୨୧ ବଲରେ ୮ ଚୌକା ଓ ଗୋଟିଏ ଛକ୍କା ସହ ୮୮ ରନ କରିଥିଲେ। ତେବେ ଦିବ୍ୟାଂଶ ୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ କ୍ରିଜକୁ ଆସିଥିବା ତିଳକ ବର୍ମା ୩୮ରନ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧୃବ ଜୁରେଲ ୨୨ ରନ କରିଥିବା ବେଳେ ଅନ୍ୟ କୌଣସି ମ୍ୟାଟସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ। ଆରମ୍ଭରୁ ବାଂଲା ବୋଲର ଭାରତୀୟ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବ ବିସ୍ତାର କରି ରଖିଥିଲେ। ଫଳରେ ୧୭୭ ରନରେ ଅଲଆଉଟ ହୋଇଯାଇଥିଲା ଭାରତ ।    

{"id":222537,"sizeSlug":"large"}

ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସୋରିଫୁଲ ଇସଲାମ, ତାଞ୍ଜିମ ସାକିବ ୨ଟି ଲେଖାଏଁ ଓ ରକିବୁଲ ହାସନ ଗୋଟିଏ ଓ୍ୱିକେଟ୍ ନେଇଥିଲେ। ୧୭୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ବେଶ୍ ଓପ୍ନିଂ କରିଥିଲା। ପରଭେଜ୍ ହୋସେନ ଏମନ ଓ ତାଞ୍ଜିଦ୍ ହାସନ ଆକର୍ଷଣୀୟ ବ୍ୟାଟିଂ କରିଥିଲେ।

{"id":222538,"sizeSlug":"large"}

 ପ୍ରଥମ ଓ୍ୱିକେଟ୍ ଯୋଡିରେ ଉଭୟ ୫୦ ରନ କରିଥିଲେ। ତେବେ ଏହାପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଦଳ ପ୍ରଥମେ ତାଞ୍ଜିଦ ଓ ପରେ ମହମଉଲ ହାସନ ୮, ତୋହିଦ୍ ହୃଦୟ ୦ ଓ ସହାଦତ ହୋସେନ ୧ ରନ କରି ଆଉଟ ହୋଇଥିଲେ। ଫଳରେ ଦଳ ସଙ୍କଟରେ ପଡିଥିଲା। ତେବେ ଓପନର ପରଭେଜ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ। ସେ ୪୭ ରନ କରି ଆଉଟ ହୋଇଥିଲେ। ଆକବର ଅଲ୍ଲୀ ମଧ୍ୟ ଲଢୁଆ ବ୍ୟାଟିଂ କରି ୪୩ ରନ କରିଥିଲେ। ତେବେ ବର୍ଷା ହେବା ଯୋଗୁ ଦଳ ୪୨.୧ ଓଭରରେ ୭ ଓ୍ୱିକେଟ ହରାଇ ୧୭୦ ରନ କରିବା ସହ ଡକଓ୍ୱର୍ଥ ଲୁଇସ୍ ନିୟମରେ ବିଜୟୀ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.