Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କଲେ ବାଂଲାଦେଶ ୱିକେଟ୍ କିପର ମୁଶିଫିକୁର ରହିମ

4/09/2022 at 1:23 PM

ଢାକା: ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କଲେ ବାଂଲାଦେଶ ୱିକେଟ୍ କିପର ମୁଶିଫିକୁର ରହିମ। ରବିବାର ଟ୍ୱିଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ତେବେ ଦିନିକିଆ ଓ ଟେଷ୍ଟରେ ଦେଶ ପାଇଁ ଖେଳ ଜାରି ରଖିବେ ବୋଲି କହିଛନ୍ତି ଏହି ୩୫ ବର୍ଷୀୟ କ୍ରିକେଟର ମୁଶିଫିକୁର ରହୀମ।

ସେ ଟ୍ୱିଟ୍ କରି ଲେଖିଛନ୍ତି ” ମୁଁ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରୁ ଅବସର ଘୋଷଣା କରୁଛି। ଏବେ ମୁଁ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌ରେ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁଛି। ସୁଯୋଗ ମିଳିଲେ ଫ୍ରାଞ୍ଚାଇଜ୍‌ ମେଚ୍‌ ଖେଳିବି। ଅନ୍ୟ ଦୁଇଟି ଫର୍ମାଟ୍‌ରେ ଗର୍ବର ସହ ଦେଶ ପାଇଁ ଖେଳ ଜାରି ରଖିବି।”

ବାଂଲାଦେଶର ଭେଟେରାନ କ୍ରିକେଟର ଟିମ୍ ପାଇଁ ଅନେକ ମହତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ସମୟରେ ସେ ସବୁ ବିଶ୍ୱ କପ୍‌ରେ ଖେଳିଛନ୍ତି। ବର୍ତ୍ତମାନ ଏସିଆପ୍‌ ଟି-୨୦ ଚାଲିଛି। ଆଉ ଆଜି(୪ ସେପ୍ଟେମ୍ବର) ଫାଇନାଲ୍‌ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ତେବେ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଯାଇଛି ବାଂଲାଦେଶ। ଦୁଇଟି ଯାକ ମ୍ୟାଚ୍‌ ପରାସ୍ତ ହେବା ପରେ ଏସିଆପ୍ କପ୍‌ରୁ ବାହାରି ଯାଇଥିଲା ବାଂଲାଦେଶ। ତେବେ ଉଭୟ ମ୍ୟାଚ୍‌ରେ ମୁଶିଫିକ୍ୟୁର ରହିମ ମାତ୍ର ୫ ରନ୍ କରିପାରିଥିଲେ।

ସୂଚନା ଥାଉକି, ମୁଶିଫକୁର ରହିମ ବାଂଲାଦେଶ ପାଇଁ ୧୦୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ୬ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତାଙ୍କର ସର୍ବାଧିକ ସ୍କୋର ୭୨* ରହିଛି। ୨୦୧୮ରେ ସେ ଏହି ରନ୍ କରିଥିଲେ। ଏହାପରଠାରୁ ଟି-୨୦ ଫର୍ମାଟ୍‌ରେ ଲଗାତର ତାଙ୍କ ଫର୍ମ ଖରାପ ରହିଥିଲା। ଏସିଆ କପ୍‌ରେ ସେ ମାତ୍ର ୫ ରନ୍ କରିପାରିଥିଲେ।

ତେବେ ମୁଶିଫିକୁରଙ୍କ ଇସ୍ତଫା ବାଂଲାଦେଶ ପାଇଁ ବଡ଼ ଝଟ୍‌କା ହେବ। କାରଣ ଏହା ପୂର୍ବରୁ  ତମିମ୍ ଇକବାଲ ମଧ୍ୟ ଟି-୨୦ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିସାରିଛନ୍ତି। ଆଗକୁ ବିଶ୍ୱକପ୍‌ ଥିବା ବେଳେ ଦୁଇ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ବାଂଲାଦେଶ ଅନୁଭବ କରିପାରେ।

   Related Posts