ଏସିଆ କପ୍ କ୍ରିକେଟ୍ : ଉଦ୍‌ଘାଟନୀ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କଲା ବାଂଲାଦେଶ

Published By : Prameya-News7 Bureau | September 16, 2018 IST

ଏସିଆ କପ୍ ର ଉଦଘାଟନୀ ମ୍ୟାଚ୍ ରେ ବାଂଲାଦେଶ ୧୩୭ ରନର ବଡ଼ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଓ୍ବିକେଟ୍ ରକ୍ଷକ ବ୍ୟାଟସମ୍ୟାନ୍ ମୁସଫିକର ରହିମଙ୍କ ଲଢ଼ୁଆ ଶତକ ବଳରେ ବାଂଲାଦେଶ ୨୬୧ ରନ୍ କରିଥିଲା । ଜବାବରେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶ୍ରୀଲଙ୍କା ୧୨୪ ରନରେ ଅଲ ଆଉଟ୍ ହୋଇଯାଇଥିଲା । ଲଢ଼ୁଆ ପାଳି ପାଇଁ ମୁସଫିକର୍ ମ୍ୟାନ ଅଫଦି ମ୍ୟାଚ୍ ହୋଇଥିଲେ । ଆଜି ପାକିସ୍ତାନ ଓ ହଂକଂ ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ୧୮ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚରେ ହଂକଂକୁ ଭେଟିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.