ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଆଜି ଦଳ ଘୋଷଣା କରିଛି । ନଜମୁଲ ହୁସେନ ସାଣ୍ଟୋଙ୍କ ନେତୃତ୍ଵରେ ୧୬ ଜଣିଆ ଦଳ ଘୋଷଣା କରିଛି। ଚୟନକର୍ତ୍ତା ଜାକିର ଅଲୀଙ୍କୁ ସୁଯୋଗ ଦେଇଥିବା ବେଳେ ଶୋରଫୁଲ ଇସଲାମଙ୍କୁ ଦଳରୁ ବାଦ୍ ଦେଇଛନ୍ତି । ଜାକିର ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ଦଳରେ ବରିଷ୍ଠ ଖେଳାଳି ଶାକିବ ଅଲ ହସନ, ଲିଟନ ଦାସ ଓ ମେହଦୀ ହାସନ ମିରାଜ ନିଜର ସ୍ଥାନ ବଜାୟ ରଖିଛନ୍ତି । ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରେ ଚେନ୍ନାଇରେ ଖେଳାଯିବ ।
Also read: ବିଶ୍ଵକପ୍ ପାଇଁ ଟିକେ୍ ଦର ମାତ୍ର ୧୧୪ ଟଙ୍କା, ଜାଣନ୍ତୁ କାହାକୁ ମିଳିବ ଷ୍ଟାଡିୟମରେ ମାଗଣା ଏଣ୍ଟ୍ରି
ବାଂଲାଦେଶ ବେଶ ସନ୍ତୁଳିତ ଦଳ ଘୋଷଣା କରିଛି। ବୋର୍ଡ ଅନୁଭବୀ ଖେଳାଳିଙ୍କ ସହିତ ଯୁବ ଖେଳାଳିଙ୍କ ଉତ୍ତମ ସମନ୍ଵୟ ରଖିଛି। ବାଂଲାଦେଶ ନିକଟରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ବିଜୟ ହାସଲ କରିଥିଲା । ପାକିସ୍ତାନକୁ ତାରି ଘରେ ୨-୦ରେ କ୍ଲିନ ସୁଇପ କରିଥିଲା ବାଂଲାଦେଶ । ଏବେ ଦଳ ଭାରତ ବିପକ୍ଷ ସିରିଜ୍ ପାଇଁ ପ୍ରସ୍ତୁତ । ନଜମୁଲ ହୁସେନ ସାଣ୍ଟୋଙ୍କ ଦଳ ରୋହିତ ବାହିନୀଙ୍କୁ କଡା ଟକ୍କର ଦେଇପାରେ ।
ଦଳରେ ମହମୁଦୁଲ ହସନ, ଜାକିର ହସନ, ଶାଦନାମ ଇସଲାମ ଓ ମୋମିନୁଲ ହକଙ୍କୁ ମଧ୍ୟ ସୁଯୋଗ ମିଳିଛି । ବରିଷ୍ଠ ଓ୍ଵିକେଟ୍ କିପର ମୁଶଫିକର ରହିମ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଜାକିର ଅଲ୍ଲୀଙ୍କୁ ବୋର୍ଡ ଜାତୀୟ ଦଳରେ ସୁଯୋଗ ଦେଇଛି । ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିବାର ସୁଯୋଗ ରହିଛି।
ବାଂଲାଦେଶ କ୍ରିକେଟ୍ ଦଳ
ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ମହମୁଦୁଲ ହସନ ଜୟ, ଜାକିର ହସନ, ଶାଦନାମ ଇସଲାମ, ମୋମିନୁଲ ହକ, ମୁସଫିକର ରହିମ, ଶାକିବ ଅଲ ହସନ, ଲିଟନ ଦାସ, ମେହଦି ହସନ ମିରାଜ, ତୈଜୁଲ ଇସଲାମ, ନଇମ ହସନ, ନାହିଦ ରାଣା, ହସନ ମହମୁଦ, ତସ୍କିନ ଅହମ୍ମଦ, ସୈୟଦ ଖାଲିଦ ଅହମ୍ମଦ, ଜେକର ଅଲ୍ଲୀ ଅନିକ ।