ବାଂଲାଦେଶର ସବୁଠୁ ବଡ ଧନୀ, ହସିନାଙ୍କ ତୁଳନାରେ ୪୦ ହଜାର ଗୁଣା ଅଧିକ ସମ୍ପତ୍ତି

Published By : Prameya-News7 Bureau | August 08, 2024 IST

ନୂଆଦିଲ୍ଲୀ ୦୮/୦୮: ଅରବପତି ମାନେ ଆଦାନୀ ଓ ଅମ୍ୱାନୀ । ପ୍ରତିଟି କ୍ଷେତ୍ରରେ ଚର୍ଚ୍ଚିତ ଚେହେରା । ବାଣିଜ୍ୟିକ କ୍ଷେତ୍ରରେ ଏମାନଙ୍କ ଅଲଗା ଦବଦବା । ପଡୋଶୀ ଦେଶରେ ବି ଅଛନ୍ତି ଅନେକ ଧନୀ । ଦରକାର ପଡିଲେ ଏମାନଙ୍କୁ ବି ପକାଇଦେବେ ପଛରେ । ଏମିତିକି ଦେଶର ବଡ ବଡ ନେତାଙ୍କୁ ବି ଟକ୍କର ଦିଅନ୍ତି । ଆଜ୍ଞା ହଁ ଆମେ କହୁଛୁ ବାଂଲାଦେଶର ବିଲିୟନେୟରଙ୍କ କଥା । ଯିଏକି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ସମ୍ପତ୍ତିରେ କାଟିଦେବେ । ହସିନାଙ୍କ ଅପେକ୍ଷା ୪୦ ଗୁଣା ଅଧିକା ତାଙ୍କର ସମ୍ପତ୍ତି । ଆସନ୍ତୁ ଜାଣିବା କିଏ ସେହି ଅରବପତି । 

ସଂରକ୍ଷଣ ଓ ହିଂସା ନିଆଁରେ ଜଳୁଛି ବାଂଲାଦେଶ । ବିଗିଡି ଯାଇଛି ଆର୍ଥିକ ମେରୁଦଣ୍ଡ । ଭାରତରେ ଆଶ୍ରୟ ନେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଦାରିଦ୍ର ଓ ବେକାରୀ ସତ୍ତ୍ୱେ ଅନେକ ବିଲିୟନେୟାର ମାର୍କେଟରେ ଦେଖାଉଛନ୍ତି ହାକିମାତ । ପ୍ରତିଦିନ ରୋଜଗାର କରୁଛନ୍ତି ପ୍ରଚୁର ଧନ । ଲିଷ୍ଟର ପ୍ରଥମ ଦାବିଦାର ଡାଟକୋ ଗ୍ରୁପ୍ ପ୍ରତିଷ୍ଠାତା । ନା ତାଙ୍କର ମୁସା ବିନ୍ ଶମଶେର । 


ମୁସା ବିନ୍ ଜଣେ ଅନ୍ତର୍ଜାତୀୟ ଅସ୍ତ୍ର ବିକ୍ରେତା ଏବଂ ପାଓ୍ୱାର ବ୍ରୋକର । ମୁସାଙ୍କ ନିଟ୍ ମୂଲ୍ୟ ହେଉଛି ୧୨ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୯୯.୬୦୦ କୋଟି ଟଙ୍କା। ଯେତେବେଳେ କି ଶେଖ୍ ହସିନାଙ୍କ ସମ୍ପତ୍ତି ମାତ୍ର ୨.୪୮ କୋଟି ଟଙ୍କା । ହିସାବକୁ ନେଲେ ଜଣାପଡେ ମୁସା ବିନ୍ ଶମଶେର ହସିନାଙ୍କଠାରୁ ୪୦ ହଜାର ଗୁଣ ଅଧିକ ଧନୀ ।

ପଛକୁ ରହିଛନ୍ତି ସଲମାନ ଏଫ ରେହମାନ । ସଲମାନ ଏଫ ରହମାନ ବାଂଲାଦେଶର ସବୁଠୁ ବଡ ସମ୍ମିଳନୀ ମଧ୍ୟରୁ ବେକ୍ସିମୋ ଗ୍ରୁପର ଚେୟାରମ୍ୟାନ୍ । ରେହମାନଙ୍କ ନିଟ୍ ଓ୍ୱର୍ଥ ହେଉଛି ୨ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୧୬.୦୦୦ କୋଟି ଟଙ୍କା । ଏହା ପଛକୁ ଅଛନ୍ତି ତାରକ ରେହମାନ । ତାରକ ରେହମାନ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ଜିଆଉର ରେହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବଡ ପୁଅ। ତାରକ ରେହମାନଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧.୭ ବିଲିୟନ ଡ଼ଲାର । ଅର୍ଥାତ୍ ପ୍ରାୟ ୧୪.୧୧୦ କୋଟି ଟଙ୍କା। 

ସେହିଭଳି ପଛକୁ ଅଛନ୍ତି ସାଜିବ ୱାଜିଦ୍ ଜୟ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ତଥା ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ବର୍ତ୍ତମାନର ଆଇସିଟି ପରାମର୍ଶଦାତା । ସେ ଆଇସିଟି କମ୍ପାନୀ ସିନେପ୍ସର ଚେୟାରମ୍ୟାନ୍ ବି ଅଛନ୍ତି । ସାଜିବଙ୍କ ନିଟ୍ ମୂଲ୍ୟ ୧.୫ ବିଲିୟନ ଡ଼ଲାର୍, ଅର୍ଥାତ୍ ପ୍ରାୟ ୧୨,୪୫୦ କୋଟି ଟଙ୍କା । 

ସେହିଭଳି ସୟଦ ଅବୁଲ ହୁସେନ୍ ବାଂଲାଦେଶର ସବୁଠୁ ବଡ ସମ୍ମିଳନୀ ମଧ୍ୟରୁ ଆପେକ୍ସ ଗ୍ରୁପର ଚେୟାରମ୍ୟାନ୍ ତଥା ଏମଡି । ଏହା ବ୍ୟତୀତ ସେ ବାଂଲାଦେଶ ଆସୋସିଏସନ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିଜ୍ (BAPI) ର ଚେୟାରମ୍ୟାନ୍ ମଧ୍ୟ ଅଟନ୍ତି । ହୁସେନ୍‌ଙ୍କ ନିଟ୍ ମୂଲ୍ୟ ହେଉଛି ୧.୨ ବିଲିୟନ ଅର୍ଥାତ୍ ପ୍ରାୟ ୯,୯୬୦ କୋଟି ଟଙ୍କା । ଅହମ୍ମଦ ଆକବର ଶୋଭାନ୍ ବସୁନ୍ଧରା ଗୋଷ୍ଠୀର ଚେୟାରମ୍ୟାନ୍ ଅଟନ୍ତି। ଶୋଭାନଙ୍କ ନିଟ୍ ମୂଲ୍ୟ ଏକ ବିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୮୩୦୦ କୋଟି ଟଙ୍କା । 

ଗିଆସୁଦ୍ଦିନ ମାମୁନ୍ ବାଂଲାଦେଶର ଅନ୍ୟତମ ବୃହତ୍ତମ ସମ୍ମିଳନୀ ମଧ୍ୟରୁ ମେଘନା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍ ଅଟନ୍ତି। ଗିଆସୁଦ୍ଦିନଙ୍କ ନିଟ୍ ମୂଲ୍ୟ ହେଉଛି ୪୨୦ ନିୟୁତ ଡଲାର, ଅର୍ଥାତ୍ ପ୍ରାୟ ୩୪୮୬ କୋଟି ଟଙ୍କା । ଡକ୍ଟର ମୁହୁଉଦ୍ଦିନ ଖାନ, ଆଲାମଗିର ଜଣେ ବାଂଲାଦେଶୀ ଅର୍ଥନୀତିଜ୍ଞ ତଥା ରାଜନେତା। ଡକ୍ଟର ମୁହୁଦ୍ଦିନଙ୍କ ସମ୍ପତ୍ତି ହେଉଛି ୪୦୦ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୩୩୨୦ କୋଟି ଟଙ୍କା।

  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.