ବାଂଲାଦେଶରେ ଡେଙ୍ଗୁ ଆତଙ୍କ; ପ୍ରତିଦିନ ହଜାରେରୁ ଅଧିକ କେସ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୩୯୮ ପାର୍

Published By : Prameya-News7 Bureau | August 14, 2023 IST

ଢାକା: ବାଂଲାଦେଶରେ ଡେଙ୍ଗୁ ଆତଙ୍କ । ଦେଶରେ ଡେଙ୍ଗୁ କେସ୍ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଦି ଢାକା ଟ୍ରିବ୍ୟୁନ ରିପୋର୍ଟ ମୁତାବକ, ବାଂଲାଦେଶରେ ରବିବାର ସକାଳ ୮ଟା ପର୍ଯ୍ୟନ୍ତ ୨୪ଘଣ୍ଟାରେ ୧୧ଜଣ ଡେଙ୍ଗୁ ଜ୍ବରରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ଡେଙ୍ଗୁ ଜନିତ ମୃତ୍ୟୁ ସଂଖ୍ୟା ୩୯୮ରେ ପହଞ୍ଚିଛି । ସେହିପରି ୨୯୦୫ ନୂଆ କେସ୍ ସାମ୍ନାକୁ ଆସିଛି । ଜାନୁଆରୀ ପହିଲାରୁ ଏପର୍ଯ୍ୟନ୍ତ ବାଂଲାଦେଶରେ ମୋଟ୍ ୮୫, ୧୧୪ ଡେଙ୍ଗୁ ମାମଲା ରେକର୍ଡ କରାଯାଇଛି । ଡେଙ୍ଗ କେସ୍ ବଢ଼ୁଥିବାରୁ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ବଢ଼ିଛି ।

ଦି ଢାକା ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ହୋଇଥିବା ୧୧ଜଣ ମୃତକଙ୍କ ମଧ୍ୟରେ ୭ଜଣ କେବଳ ଢାକାର ରହିଛନ୍ତି । ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ମୋଟ୍ ନୂଆ ରୋଗୀଙ୍କ ମଧ୍ୟରୁ ୧, ୦୪୨ଜଣ ରାଜଧାନୀ ଢାକାରେ ଚିକିତ୍ସା କରାଯାଉଛି ଏବଂ ଅନ୍ୟମାନଙ୍କୁ ଦେଶର ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।  ଢାକାରେ ମୋଟ୍  ୪,୩୩୫ ସହିତ ୯,୭୩୩ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ଡିଜିଏସଏସ ରିପୋର୍ଟ ମୁତାବକ ୭୫, ୨୮୦ଜଣ ଡେଙ୍ଗୁରୁ ସୁସ୍ଥ ହୋଇଛନ୍ତି ।  

wp:embed {"url":"https://www.prameyanews7.com/solan-cloud-burst-in-solan-amidst-continuous-rains-in-himachal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/solan-cloud-burst-in-solan-amidst-continuous-rains-in-himachal/
/wp:embed

ଜୁଲାଇର ପ୍ରଥମ ୧୩ ଦିନରେ ବାଂଲାଦେଶରେ ଡେଙ୍ଗୁ ମାମଲା ୯, ୪୦୪ ମାମଲା ଆସିଥିବା ବେଳେ ମଶା ଜନିତ ରୋଗରେ ୪୬ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଅଗଷ୍ଟ ମାସର ଏହି ସମୟରେ ୧୪୭ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୩, ୫୭୯ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଦେଶରେ ଡେଙ୍ଗୁ ପ୍ରକୋପ ଆସନ୍ତା ନଭେମ୍ବର ମାସ ପ୍ରର୍ଯ୍ୟନ୍ତ ଜାରି ରହିବ ବୋଲି ବିଶେଷଜ୍ଞ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.