ସାଥି ଖେଳାଳିଙ୍କୁ ଚାପୁଡା ମାରିବାକୁ ହାତ ଉଠାଇଲେ ଏହି ବାଂଲାଦେଶୀ କ୍ରିକେଟର, ଭିଡିଓ ଭାଇରାଲ

Published By : Prameya-News7 Bureau | December 15, 2020 IST

ଢାକା, ୧୫/୧୨: ବାଂଲାଦେଶ ଖେଳାଳି ମୁଶଫିକର ରହିମ୍ ଘରୋଇ ଟି୨୦ ଟୁର୍ଣ୍ଣାମେଣ୍ଟ ସମୟରେ ଷ୍ଟାଡିୟମରେ ନିଜ ସାଥି ଖେଳାଳିଙ୍କୁ ମାଡ ମାରିବାକୁ ପ୍ରୟାସ କରିଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ବଙ୍ଗବନ୍ଧୁ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୋକ୍ସିସମକୋ ଢାକାର ଅଧିନାୟକ ରହିମ ନିଜ ରାଗ ସମ୍ଭାଳିପାରି ନଥିଲେ । ଏହାସହ ସାଥି ଖେଳାଳି ନସୁମ ଅହମ୍ମଦଙ୍କୁ ଷ୍ଟାଡିୟମରେ ଚାପୁଡା ମାରିବା ପାଇଁ ପ୍ରୟାସ କରିଥିଲେ ।

wp:html /wp:html

କୁହାଯାଉଛି ଯେ, ମୁଶଫିକର ଏକ କ୍ୟାଚ୍ ଧରିବା ପ୍ରୟାସରେ ନସୁମଙ୍କ ସହ ଧକ୍କା ହୋଇଯାଇଥିଲେ । ମୁଶଫିକର କ୍ୟାଚ୍ ଧରିଥିଲେ ମଧ୍ୟ ସେ ନସୁମଙ୍କ ଚାପୁଡା ମାରିବାକୁ ପ୍ରୟାସ କରିଥିଲେ । କିନ୍ତୁ ହାତ ଉଠାଇବା ପରେ ନିଜକୁ ନିୟନ୍ତ୍ରଣ କରିଦେଇଥିଲେ ।ଏହାପରେ ସେ ନସୁମଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

ଟ୍ୱିଟରରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ମୁଶଫିକର ଅନେକ ବିବାଦରେ ଫସିଛନ୍ତି । ସେ ପଡିଆରେ ନାଗିନ୍ ଡ୍ୟାନ୍ସ କରି ଅନ୍ୟ ଦଳକୁ ସମାଲୋଚନା କରିଥାନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.