ବାଂଲାଦେଶ କଣ୍ଟେନର ଡିପୋରେ ଭୟଙ୍କର ନିଆଁ : ୩୩ ମୃତ, ୪୫୦ ଆହତ

Published By : Prameya-News7 Bureau | June 05, 2022 IST

ନୂଆଦିଲ୍ଲୀ ୦୫/୦୬: ବାଂଲାଦେଶରେ ଶନିବାର ବିଳମ୍ବିତ ରାତ୍ରରେ ଏକ ବଡ ଅଘଟଣ ଘଟିଛି । ଏଠାକାର ସୀତାକୁଣ୍ଡା ଉପଜିଲ୍ଲାରେ ଥିବା ଏକ ଡିପୋରେ ନିଆଁ ଲାଗି ବିସ୍ଫୋରଣ ହୋଇଛି । ଯେଉଁଥିରେ ୩୩ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାସହ ୪୫୦ରୁ ଅଧିକ ଆହତ ହୋଇଛନ୍ତି ।

ଚିଟାଗଙ୍ଗ ମେଡିକାଲ କଲେଜ ଓ ହସ୍ପିଟାଲ ପୋଲିସ ଥାନା ଅଧିକାରୀ ଅଲାଉଦ୍ଦୀନ ତାଲୁକଦାର କହିଛନ୍ତି ଯେ, ସକାଳ ୧୦ଟା ୩୦ ସୁଦ୍ଧା ୩୩ ଜଣ ପ୍ରାଣ ହରାଇଛନ୍ତି । ସମସ୍ତ ମୃତଦେହକୁ ଶବାଗାରରେ ରଖାଯାଇଛି । ଏହାସହ ୪୫୦ରୁ ଅଧିକ ଆହତ ହୋଇଛନ୍ତି ।

ସେହିପରି ଅନ୍ୟ ଜଣେ ପୋଲିସ ଅଧିକାରୀ ନୁରଲ ଆଲମ କହିଛନ୍ତି ଯେ, ରାତି ପ୍ରାୟ 9ଟାରେ କଣ୍ଟେନର ଡିପୋରେ ନିଆଁ ଲାଗିଯାଇଥିଲା । ଯେତେବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଉଥିଲା ସେତେବେଳେ ବିସ୍ଫୋରଣ ହୋଇଥିଲା । କେମିକାଲ କାରଣରୁ ନିଆଁ ଲାଗିଥିବା କୁହାଯାଉଛି ।

ଚିଟାଗଙ୍ଗ ଅଗ୍ନିଶମ ବାହିନୀର ନିର୍ଦ୍ଦେଶକ ମହମ୍ମଦ ଫାରୁକ କହିଛନ୍ତି ଯେ, ପ୍ରାୟ ୧୯ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ । ୬ଟି ଆମ୍ବୁଲାନ୍ସରେ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.