ଚେତେଶ୍ଵର ପୂଜାରା ଏବଂ ଗିଲ୍‌ଙ୍କ ଶତକ, ବାଂଲାଦେଶକୁ ୫୧୩ ରନ ଟାର୍ଗେଟ୍ ଦେଲା ଭାରତ

Published By : Prameya-News7 Bureau | December 16, 2022 IST

ଚଟ୍ଟଗାଓଁ: ଦୀର୍ଘ ଚାରି ବର୍ଷ ପରେ ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରାଙ୍କ ଶତକ ପରେ ଭାରତ ଦ୍ଵିତୀୟ ଇନିଂସ ସମାପ୍ତି ଘୋଷଣା କରିଛି। ଭାରତ ୨ ଓ୍ଵିକେଟ୍ ବିନିମୟରେ ୨୫୮ ରନରେ ଦ୍ଵିତୀୟ ଇନିଂସ ଘୋଷଣା କରିବାରୁ ପ୍ରଥମ ଇନିଂସରେ ୨୫୪ ରନର ଅଗ୍ରଣୀ ଭିତ୍ତିରେ ବାଂଲାଦେଶ ସମ୍ମୁଖରେ ୫୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଭାରତର ଦ୍ଵିତୀୟ ଇନିଂସରେ ପୂଜାରା ୧୦୨ ରନ କରି ଅପରାଜିତ ଏବଂ ବିରୋଟ କୋହଲି ୧୯ ରନରେ ଅପରାଜିତ ଥିଲେ। ଶୁଭମାନ ଗିଲ୍ ୧୧୦ ରନର ଦମଦାର ଇନିଂସ ଖେଳିଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୦୪ ରନ କରିଥିବା ବେଳେ ଜବାବରେ ବାଂଲାଦେଶ କୁଲଦୀପ ଯାଦବଙ୍କ ମୁକାବିଲା କରିନପାର ୧୫୦ ରନରେ ଅଲଆଉଟ୍ ହୋଇଥିଲା। ଚଟ୍ଟଗାଓଁ ଟେଷ୍ଟର ଶୁକ୍ରବାର ହେଉଛି ତୃତୀୟ ଦିନ। ଖେଳ ଆହୁରି ଦୁଇ ଦିନ ବାକି ଥିବାରୁ ଫଳାଫଳ ବାହାରିବା ପ୍ରାୟତଃ ନିଶ୍ଚିତ ଲାଗୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.