ବାଂଲାଦେଶ ସାଂସଦଙ୍କ ହତ୍ୟା ମାମଲାରେ ନୂଆ ମୋଡ଼; ସାମ୍ନାକୁ ଆସିଲା ହନିଟ୍ରାପ୍ ଲିଙ୍କ୍

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀବାଂଲାଦେଶ ଶାସକ ଦଳ ଆଓ୍ବାମୀ ଲିଗ୍‌ର ସାଂସଦ ଅନୁଓ୍ବାରୁଲ୍ ଅଜିମ୍ ଅନଓ୍ବରଙ୍କ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ହତ୍ୟାକାଣ୍ଡକୁ ନେଇ କୋଲକାତା ଚାଞ୍ଚଲ୍ୟ ଖେଳିଯାଇଛି । ଭାରତ ଓ ବାଂଲାଦେଶ ପୋଲିସ ଏହି ହତ୍ୟାର ତଦନ୍ତ କରୁଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ସାଂସଦଙ୍କ ହତ୍ୟାରେ ତାଙ୍କ ପିଲା ଦିନର ସାଙ୍ଗ ସାମିଲ୍ ଅଛି । ହେଲେ  ଏହି ମାମଲାରେ ଅନ୍ୟ ଏକ ଦିଗ ସାମ୍ନାକୁ ଆସିଛି । ଏହାକୁ ହନିଟ୍ରାପ୍-ହତ୍ୟା ବୋଲି କୁହାଯାଉଛି । ଅନ୍ୟପଟେ ସାଂସଦଙ୍କୁ ହାଣି ଖଣ୍ଡଖଣ୍ଡ କରିଥିବା କଂସେଇକୁ ପୋଲିସ ଗିରଫ କରିଛି । 

ବାଂଲାଦେଶ ପୋଲିସର ସୂଚନା ମୁତାବକ, ସାଂସଦ ଅନୁଓ୍ବାରୁଲ୍ ଅଜିମ୍ ଅନଓ୍ବରଙ୍କୁ ହନିଟ୍ରାପରେ ଫସେଇ କୋଲକାତା ପ୍ଲାଟ୍‌କୁ ଡାକିଥିଲା ଅଭିଯୁକ୍ତ । ସେଠାରେ ପହଞ୍ଚିବା ପରେ ହତ୍ୟା କରାଯାଇଛି । ତେବେ ହନିଟ୍ରାପ ମହିଳା ଜଣକ ବାଂଲାଦେଶୀ ସାଂସଦଙ୍କ ବନ୍ଧୁର ଘନିଷ୍ଠ ବୋଲି ପୋଲିସ କହିଛି । ଅନୁଓ୍ବାରୁଲ୍ ଅଜିମ୍ ଅନଓ୍ବରଙ୍କୁ ଏହି ମହିଳାଙ୍କ ଦ୍ବାରା କୋଲକାତା ଫ୍ଲାଟ୍‌କୁ ଡକାଇଥିଲେ । ସାଂସଦ ସେଠାରେ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି । ସାଂସଦଙ୍କ ସହିତ ଜଣେ ପୁରୁଷ ଓ ମହିଳା ଫ୍ଲାଟ୍‌କୁ ଯାଉଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ହତ୍ୟାକାଣ୍ଡର ପର ଦିନ ମହିଳା ଓ ପୁରୁଷ ବାହାରକୁ ବାହାରିଥିଲେ ହେଲେ ସାଂସଦ ବାହାରି ନଥିଲେ । ସେଠାରେ ଅନୁଓ୍ବାରୁଲ୍ ଅଜିମ୍ ଅନଓ୍ବରଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିବା ହତ୍ୟାକାରୀ । 

ବାଂଲାଦେଶ ଉଚ୍ଚ ଆୟୋଗଙ୍ କହିବା ଅନୁଯାୟୀ, ମେ ୧୨ ତାରିଖରେ  ସାଂସଦ ଅନୁଓ୍ବାରୁଲ୍ ଅଜିମ୍ ଅନଓ୍ବର କୋଲକାତା ଆସିଥିଲେ । ସହର ଉତ୍ତର ଅଞ୍ଚଳରେ ଥିବା ବାରାନଗରରେ ନିଜ ବନ୍ଧୁଙ୍କ ଘରେ ରହିଥିଲେ । ୧୩ ତାରିଖରେ କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ ଯାଇ ଆଉ ଫେରିନଥିଲେ । ୧୮ ତାରିଖରେ ତାଙ୍କ ବନ୍ଧୁ ଗୋପାଳ ବିଶ୍ବାସ ଥାନା ନିଖୋଜ ହେବା ନେଇ ଏତଲା ଦେବା ପରେ  ସାଂସଦ ଅନବାରୁଲ ଅଜିମଙ୍କ ବାବଦ ଜାଣିବାକୁ ମିଳିଥିଲା । ଏବେ ଏହି ହତ୍ୟା  ଘଟଣାରେ ପଶ୍ଚିମବଙ୍ଗ ସିଆଇଡି  ଅଧିକ ତଦନ୍ତ କରୁଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.