ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀର ବିରୋଧ କରି ନାହୁଁ, ଆମେ ଭାରତ ସହ ଅଛୁ- ବାଂଲାଦେଶ ବିଦେଶ ମନ୍ତ୍ରୀ
19/08/2022 at 7:57 PM

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀ ମାମଲାରେ ଭାରତ ସହ ଥିବା ନେଇ ପ୍ରତିବଦ୍ଧତା ଜାହିର କରିଛି ବାଂଲାଦେଶ । ବାଂଲାଦେଶ ବିଦେଶ ମନ୍ତ୍ରୀ ଅବଦୁଲ ମୋମନ ଏହାକୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦିଲ୍ଲୀରେ ବିଜେପିର ପୂର୍ବତନ ମୁଖପାତ୍ରଙ୍କ ଦ୍ୱାରା ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀ ପରେ ହୋଇଥିବା ବିରୋଧକୁ ଆମେ ସମର୍ଥନ କରି ନାହୁଁ । ଚାଟଗାଓଁରେ ଏକ ଭାଷଣ ସମୟରେ ବାଂଲାଦେଶ ବିଦେଶ ମନ୍ତ୍ରୀ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କହିଥିଲି ଯେତେବେଳେ ମୁଁ ଭାରତ ଯିବି ସେତେବେଳେ ଆପଣ ଏହା ଉପରେ କାଏମ ରହିବା ଦରକାର’।
ମୋମନ କହିଛନ୍ତି, ‘ବାଂଲାଦେଶ ଏବଂ ଭାରତ ଉଭୟଙ୍କୁ ରାଜନୈତିକ ସ୍ଥିରତାର ଆବଶ୍ୟକତା ରହିଛି ଏବଂ ଏହା ସେତେବେଳେ ସମ୍ଭବ ହୋଇପାରିବ ଯଦି ଭାରତ ଶେଖ ହସିନାଙ୍କ ସରକାରକୁ ସମର୍ଥନ ଜଣାଏ । ଅନେକ ଲୋକେ ମୋତେ ଭାରତର ଦଲାଲ ବୋଲି କହୁଛନ୍ତି କାରଣ ଯେବେ ବି ଏପରି କିଛି ଘଟିଥାଏ ସେତେବେଳେ ମୁଁ କଡା ସନ୍ଦେଶ ଦେଇ ନଥାଏ। ନୂପୁର ଶାର୍ମାଙ୍କ ପ୍ରଫେଟ ମହମ୍ମଦଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ କିନ୍ତୁ ଆମେ ଏହା ଉପରେ ଗୋଟିଏ ଶବ୍ଦ ମଧ୍ୟ କହି ନାହୁଁ । ଅନ୍ୟପଟେ ବିଭିନ୍ନ ଦେଶ ଏହି ଟିପ୍ପଣୀକୁ କଡା କରିଥିଲେ । ଆମେ ଆପଣଙ୍କୁ ଏହିପରି ସୁରକ୍ଷା ଦେଉଛୁ । ଏହା ଆମ ଦୁହିଁଙ୍କ ପାଇଁ ଭଲ’।