suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇତିହାସ ରଚିଲା ବାଂଲାଦେଶ, ଦିନିକିଆ କ୍ରିକେଟରେ ପ୍ରଥମ ଥର ପାଇଁ କଲା ଏହି ବଡ଼ ରେକର୍ଡ

23/03/2023 at 7:48 PM

ନୂଆଦିଲ୍ଲୀ: ବାଂଲାଦେଶ ଟିମ୍ ଦିନିଆ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଛି । ୧୯୮୬ରୁ ଦିନିକିଆ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଖେଳୁଥିବା ବାଂଲାଦେଶ ଟିମ୍ ପ୍ରଥମ ଥର ଲାଗି ଏହି ଫର୍ମାଟରେ ୧୦ ୱିକେଟରେ ବିଜୟୀ ହୋଇଛି । ଆର୍ୟଲାଣ୍ଡକୁ ୧୦ ୱିକେଟରେ ହରାଇ ତୃତୀୟ ଦିନିକିଆ ସହ ସିରିଜ୍ ଜିତିଛି ବାଂଲାଦେଶ । ଲକ୍ଷ୍ୟ ପିଛା କରି ବିଜୟ ହାସଲ କରିବାରେ ଏହା ବାଂଲାଦେଶର ସବୁଠୁ ବଡ଼ ବିଜୟ ମଧ୍ୟରେ ଗୋଟିଏ । ବାଂଲାଦେଶ ଆଗରେ ମାତ୍ର ୧୦୨ ରନର ବିଜୟ ଲକ୍ଷ୍ୟ ଥିଲା ।

ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶ ବିଜୟୀ ହୋଇଥିଲା ଏବଂ ଦ୍ୱିତୀୟ ମ୍ୟାଚ୍ ବର୍ଷ ଯୋଗୁଁ ବାତିଲ ହୋଇଥିଲା । ଏପରି ସ୍ଥିତିରେ ତୃତୀୟ ମ୍ୟାଚ୍ ନିର୍ଣ୍ଣାୟକ ଥିଲା । ଏହି ମୁକାବିଲାରେ ଆର୍ୟଲାଣ୍ଡର ଅଧିନାୟକ ଆଣ୍ଡ୍ରୁ ବାଲବର୍ଣ୍ଣି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଆର୍ୟଲାଣ୍ଡର ଟିମ୍ ୨୮.୧ ଓଭରରେ ମାତ୍ର ୧୦୧ ରନରେ ଆଉଟ୍ ହୋଇଥିଲା । ଟିମର ୯ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଦୁଇ ବ୍ୟାଟର ଶୂନରେ ଆଉଟ୍ ହୋଇଥିଲେ ।

ବାଂଲାଦେଶ ପାଇଁ ହସନ ମହମୁଦ ୫ ୱିକେଟ୍ ନେଇଥିଲେ । ତସ୍କିନ ଅହମ୍ମଦ ୩ ଏବଂ ଏବାଦତ ହୁସେନଙ୍କୁ ୨ ୱିକେଟ୍ ମିଳିଥିଲା । ଏହାପରେ ୧୦୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶର ଦୁଇ ଓପନର ତମୀମ ଇକବାଲ ଏବଂ ଲିଟନ ଦାସ ଟିମକୁ ସହଜ ବିଜୟ ଦେଇଥିଲେ । ତମୀମ ୪୧ ବଲରୁ ୪୧ ରନ୍ ଏବଂ ଲିଟନ ଦାସ ୩୮ ବଲରେ ୧୦ ଚୌକା ବଳରେ ଅପରାଜିତ ୫୦ ରନ କରିଥିଲେ । ବାଂଲାଦେଶ ଟିମ ୧୩.୧ ଓଭରରେ ୧୦ ୱିକେଟ୍ ହାତରେ ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ୧୦ ୱିକେଟରେ ମ୍ୟାଚ୍ ଜିତିବାରେ ବାଂଲାଦେଶ ପାଇଁ ଏହା ହେଉଛି ପ୍ରଥମ ।

   Related Posts