ଦିଲ୍ଲୀ ହିଂସାକୁ ନେଇ BJP ଛାଡିଲେ ନେତ୍ରୀ, ଜାଣନ୍ତୁ କହିଛନ୍ତି କ'ଣ?

Published By : Prameya-News7 Bureau | March 01, 2020 IST

କୋଲକାତା ୧।୩:  ବେଙ୍ଗଲୀ ଚଳଚିତ୍ର ଅଭିନେତ୍ରୀ ଶୁଭଦ୍ରା ମୁଖାର୍ଜୀ ଦିଲ୍ଲୀ ହିଂସାକୁ ନେଇ ରବିବାର ରାଜ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି। ଏଥିଲାଗି ସେ ଯେଉଁ କାରଣ କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ ପାର୍ଟିରେ କପିଲ ମିଶ୍ର ଓ ଅନୁରାଗ ଠାକୁରଙ୍କ ଭଳି ଲୋକେ ଅଛନ୍ତି ସେଭଳି ପାର୍ଟିରେ ସେ କେବେ ବି ରହିବାକୁ ଚାହିଁବେନି ବୋଲି ସେ କହିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେ କହିଛନ୍ତି ଯେ ଅନେକ ଆଶା ନେଇ ସେ ବିଜେପିରେ ଯୋଗଦେଇଥିଲେ। ତେବେ ନିକଟରେ ହୋଇଥିବା ଘଟଣା ତାଙ୍କୁ ନିରାଶ କରିଛି। ଏଥିରୁ ବିଜେପି ତା ନିଚ ମୂଳ ବିଚାର ଧାରାରୁ ଦୂରେଇ ଯାଉଥିବାର ଜଣାପଡିଛି ବୋଲି ଶୁଭଦ୍ରା କହିଛନ୍ତି। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ନାଗରିକ ସଂଶୋଧନ ଆଇନ ସପକ୍ଷରେ ସେ ପ୍ରଥମରୁ ଥିଲେ। ହେଲେ ଏହି ଆଇନ ଲଗୁ କରିବା ଲାଗି ଏବେ ଯେପରି କାର୍ଯ୍ୟାନୁଷ୍ଠାନ ହେଉଛି ଏଥିରେ ମୁଁ ଦଳକୁ କେବେବି ସମର୍ଥନ କରିପାରିବି ନାହିଁ।

ଏହି ଆଇନ କେବଳ ଦିଲ୍ଲୀ ନୁହେଁ ଏବେ ସାରା ଦେଶକୁ ଅଶାନ୍ତ କରିଦେଇଛି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ନାଗରିକତାର କାହିଁକି ପ୍ରମାଣ ଦେବାକୁ ପଡିବ ବୋଲି ଶୁଭଦ୍ରା ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ ସିଏଏ ସମର୍ଥନ ଓ ବିରୋଧକୁ ନେଇ ଉପୁଜିଥିବା କାଣ୍ଡରେ ଏପର୍ଯ୍ୟନ୍ତ ୪୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକ ଅବସ୍ଥା ଏବେବି ଉଦବେଗଜନକ ରହିଛି। ଦଙ୍ଗାକୁ ଉସକାଇଥିବା କପିଲ ମିଶ୍ର ଓ ଅନୁରାଗ ଠାକୁରଙ୍କ ବିରୋଧରେ ଏବେବି ଦଳ କୌଣସି କାର୍ଯ୍ୟାନୁଷ୍ଠାନ କରିନି। ଏଥିରୁ ଦଳର ନୀତି ସ୍ପଷ୍ଟ ହୋଇଯାଇଥିବା କହିଛନ୍ତି ଶୁଭଦ୍ରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.