ବାଙ୍ଗାଲୋର ୨୧।୦୪ : ରବିବାର ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍ । କୋଲକାତାର ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ । ଅପରାହ୍ନ ୩ଟା ୩୦ରେ ଖେଳାଯିବ ଏହି ମୁକାବିଲା । ତେବେ ରବିବାର ଖେଳାଯିବାକୁ ଥିବା ମୁକାବିଲାରେ ବାଙ୍ଗାଲୋର ଟିମ୍ ଚଳିତ ସିଜିନ୍ରେ ପ୍ରଥମ ଥର ପାଇଁ ଗ୍ରୀନ୍ କଲର ଜର୍ସିରେ ନଜର ଆସିବ । ପ୍ରତି ସିଜିନ୍ରେ ବାଙ୍ଗାଲୋର ଟିମ୍ ଏହି ଗ୍ରୀନ୍ କଲର ଜର୍ସି ପିନ୍ଧି କ୍ରିକେଟ୍ ଖେଳିଥାନ୍ତି । ହେଲେ ଜାଣିଛନ୍ତି କି.. ବର୍ତ୍ତମାନ ଯାଏଁ ଏହି ଜର୍ସିରେ କେତେ ଥର ବିଜୟୀ ହୋଇଛି ବାଙ୍ଗାଲୋର ଟିମ୍ । ଆସନ୍ତୁ ଜାଣିବା....
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ଗ୍ରୀନ୍ କଲର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ । ବର୍ତ୍ତମାନ ଯାଏଁ ବାଙ୍ଗାଲୋର ଟିମ୍ ଗ୍ରୀନ୍ ଜର୍ସିରେ ୧୨ ଥର ମ୍ୟାଚ୍ ଖେଳିଛି । ଯେଉଁଥିରେ ୪ଟି ମୁକାବିଲାରେ ବିଜୟୀ ହୋଇଛି । ବାକି ୭ଟି ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡିଛି । ଗୋଟିଏ ମ୍ୟାଚ୍ରେ କୌଣସି ରେଜଲ୍ଟ ବାହାରିନାହିଁ ।
ତେବେ ବାଙ୍ଗାଲୋର ଟିମ୍ ବର୍ତ୍ତମାନର ସିଜିନ୍ରେ ସେତେଟା ଭଲ ପ୍ରଦର୍ଶନ କରିନାହିଁ । ଟୁର୍ଣ୍ଣାମେଣ୍ଟରେ ଟିମ୍ ଆଖିଦୃଶିଆ ଖେଳ ପ୍ରଦର୍ଶନ କରିନାହିଁ । ଏବେ ଯାଏଁ ବାଙ୍ଗାଲୋର ଟିମ୍ ୭ଟି ମ୍ୟାଚ୍ ଖେଳିଛି । ଯେଉଁଥିରେ ମାତ୍ର ଗୋଟିଏରେ ବିଜୟୀ ହୋଇଥିବା ବେଳେ ବାକି ୬ଟି ମୁକାବିଲାରେ ପରାସ୍ତର ସାମ୍ନା କରିବାକୁ ପଡିଛି । ବାଙ୍ଗାଲୋର ଟିମ୍ ପଏଣ୍ଟ ଟେବୁଲ୍ରେ ସବୁଠୁ ତଳେ ରହିଛି । ଟିମ୍ ପାଖରେ ମାତ୍ର ୨ ପଏଣ୍ଟ ରହିଛି । ସେହିପରି କୋଲକାତା ନାଇଟ ରାଇଡର୍ସ ଜବରଦସ୍ତ ଫର୍ମରେ ରହିଛି । ଏବେ ଯାଏଁ ଟିମ୍ ଦୁଇଟି ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡିଛି । ବାକି ଟିମ୍ ପାଖରେ ୮ ପଏଣ୍ଟ ରହିଛି ।