Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବଡ଼ ଘୋଷଣା: ବାନ୍ଦ୍ରା-ବର୍ସୋବା ସି-ଲିଙ୍କ୍ ହେବ ‘ବୀର ସାବରକର ସେତୁ’

28/05/2023 at 10:57 PM

ନୂଆଦିଲ୍ଲୀ, ୨୮/୦୫: ବାନ୍ଦ୍ରା-ବର୍ସୋଭା ସି ଲିଙ୍କ୍‌ର ନାମ ଏବେ ବୀର ସାବରକର ନାମରେ ଜଣାଯିବ। ରବିବାର ସାବରକର ଜୟନ୍ତୀ ଅବସରରେ ମହରାଷ୍ଟ୍ର ସରକାର ଏହି ବଡ଼ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବାନ୍ଦ୍ରା-ବର୍ସେଭା ସି ଲିଙ୍କ୍‌ ପ୍ରୋଜେକ୍ଟକୁ ବୀର ସାବରକର ନାଁ କୁ ପରିବର୍ତ୍ତିତ କରିବାକୁ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି। ଏବେ ଏହାକୁ ‘ବୀର ସାବରକର ସେତୁ’ ନାମରେ ଜଣାଯିବ।  

ସାବରକର ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସାବରକରଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟ​ରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବ୍ରିଜ୍‌ର ନାମ ବଦଳାଇବା ପାଇଁ ଅନେକ ସମୟରୁ ଚର୍ଚ୍ଚା ହୋଇଆସୁଥିଲା।

ସୂଚନାଥାଉକି ମହରାଷ୍ଟ୍ର ସରକାରରେ ବୀର ସାବରକରଙ୍କ ବିଚାରଧାରାର ବେଶ୍‌ ଗୁରୁତ୍ବ ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେ​‌ଳେ ଭାରତ ଯୋଡ଼ୋ ଯାତ୍ରା ବୀର ସାବରକରଙ୍କୁ ନେଇ ଏକ ବୟାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାହୁଲ ଗାନ୍ଧୀଙ୍କୁ ଏହି ବୟାନର ଖୁବ୍‌ ବିରୋଧ କରିଥିଲେ। ରାହୁଲଙ୍କ ବୟାନ ପରେ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସାବରକର ଗୌରବ ଯାତ୍ରା ମଧ୍ୟ ହୋଇଥିଲା।

   Related Posts