oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ସ୍କୁଲ କୋଠରୀରୁ ବାହାରିଲା ବନ୍ଧୁକ, ଶିକ୍ଷକଙ୍କ ନାଁରେ ରହିଛି ଅପରାଧିକ ମାମଲା

14/03/2022 at 7:33 AM

କୁଚିଣ୍ଡା ୧୪।୦୩ : ବିଦ୍ୟାଳୟ କୋଠରୀରୁ ବାହାରିଲା ପିସ୍ତଲ ।  ଜଣେ ଶିକ୍ଷକ ନିଜ ଅଧିନରେ ରଖିଥିବା କୋଠରୀରୁ ଏହି ପିସ୍ତଲ ମିଳିଛି । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ରେଙ୍ଗୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି ।

ଖବର ଅନୁଯାୟୀ, ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଗୋବିନ୍ଦ ଭୋଇ ନାମକ କାର୍ଯ୍ୟରତ ଥିବା ବେଳେ ଗତ ୪ ତାରିଖ ଦିନ ତାଙ୍କର ଅନ୍ୟ ଜାଗାକୁ ବଦଳି ହୋଇଛି । ବିଦ୍ୟାଳୟର ଦୁଇଟି କୋଠରୀ ନିଜ ଅଧିନରେ ରଖିଥିଲେ । ବଦଳି ପରେ ମଧ୍ୟ ଶିକ୍ଷକ କୋଠରୀ ଖାଲି କରିନଥିବାରୁ  ପିଲାଙ୍କୁ ପାଠପଢାରେ ଅସୁବିଧା ଉପୁଜିଥିଲା । ଶେଷରେ ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷକଙ୍କ ଅନୁପସ୍ଥିତିରେ ତାଙ୍କର ସମସ୍ତ ଅବାସ ପତ୍ରକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଜରିଆରେ ଅନ୍ୟ କୋଠରୀରେ ରଖୁଥିଲେ । ଠିକ୍ ଏହି ସମୟରେ ଘରୁ ଏକ ପିସ୍ତଲ ବାହାରିଥିଲା ।

ତେବେ ସ୍କୁଲ ଭିତରୁ ପିସ୍ତଲ ବାହାରିବା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ । ଏପିରିକି ଶିକ୍ଷକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି । ଗତ ଅକ୍ଟୋବର ମାସରେ ବିଦ୍ୟାଳୟ ନିକଟସ୍ଥ ଡିଲେଶ୍ବର ସାହୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ବେଳେ ଗତ ଫେବୃଆରି ମାସରେ ବିଦ୍ୟାଳୟ ସଂଲଗ୍ନ ମହେନ୍ଦ୍ର ସାହୁଙ୍କର ଏକ କାର ଓ ବାଇକକୁ ଟାଙ୍ଗିଆରେ ଭାଙ୍ଗି ଦେଇଥିଲେ । ଏନେଇ ଜମନକିରା ଥାନାରେ ମାମଲା ରହିଛି ।

   Related Posts