ଖସିଗଲେ ଶିକାରୀ, ଦେଶୀ ଗୁଳିଭର୍ତ୍ତି ବନ୍ଧୁକ ଧରି ଫେରିଲା ବନବିଭାଗ

Published By : Prameya-News7 Bureau | December 21, 2022 IST

ଉଦଳା ୨୧/୧୨: ଉଦଳା ବନବିଭାଗ ଉପସ୍ଥିତିରେ ଖସିଗଲେ ଶିକାରୀ । ଶିକାର କରିବା ନିମନ୍ତେ ବନ୍ଧୁକରେ ଗୁଳି ଭର୍ତ୍ତି କରି ରଖିଥିଲେ ଶିକାରୀ । ଘର ଭିତରେ ବନବିଭାଗ ଏବଂ ପୋଲିସ୍ ଚଢାଉ କରିଥିବା ବେଳେ ବନବିଭାଗ କେବଳ ବନ୍ଧୁକ ଜବତ କରିଥିବା ବେଳେ ବନବିଭାଗ ସାମ୍ନାରେ ହିଁ ଖସିଗଲେ ଶିକାରୀ । ୪୦ ରୁ ଅଧିକ ପୋଲିସ୍ ଏବଂ ବନ କର୍ମଚାରୀ ଥାଇ ସୁଦ୍ଧା ଶିକାରୀକୁ ଧରିବାରେ ହେଲେ ବିଫଳ ।

ଉଦଳା ରେଞ୍ଜ ମାଣିକପୁର ଗ୍ରାମର ଲକ୍ଷ୍ମଣ ସୋରେନଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ବନବିଭାଗ ପୋଲିସ୍‌ ସହାୟତାରେ ମିଳିତ ଭାବେ ଚଢାଉ କରିଥିଲେ । ହେଲେ ଘରେ ପହଂଚିବା କ୍ଷଣି ଶିକାରୀ ବନବିଭାଗ ସାମ୍ନାରେ ଖସି ଯାଇଥିବା ବେଳେ ଶିକାରୀକୁ ନ ଧରି କେବଳ ଘର ଭିତରୁ ଶିକାର ନିମନ୍ତେ ଥିବା ତିନି ଗୋଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ଫାଶ ଏବଂ ଧନୁ ତୀର ବନବିଭାଗ ଜବତ କରି ଫେରି ଆସିଛି । ଲଗାତାର ଶିମିଳିପାଳରେ ବନ୍ୟଜନ୍ତୁ ଶିକାର ନେଇ ଚିତ୍ର ସାମ୍ନାକୁ ଆସୁଥିବା ବେଳେ ବନବିଭାଗ କେବଳ ବନ୍ଧୁକ ଜବତ କରି ଫେରିବା ଘଟଣା ବନବିଭାଗ ଉପରେ ସନ୍ଦେହ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.