ଭୁବନେଶ୍ୱରରୁ ୨ ବନ୍ଧୁକ ବେପାରୀ ଗିରଫ

Published By : Prameya-News7 Bureau | October 07, 2020 IST

ଭୁବନେଶ୍ୱର ୦୭।୧୦: ରାଜଧାନୀରୁ ଧରାପଡିଲେ ବନ୍ଧୁକ ବେପାରୀ । ପୋଲିସ ଚେକିଂ ସମୟରେ ଧରାପଡିଛନ୍ତି ବନ୍ଧୁକ ବେପାରୀ । ଭୁବନେଶ୍ୱର ଡିସିପି ଏନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ବର ଖଣ୍ଡଗିରି ଆଳୁଗଦି ଅଞ୍ଚଳରୁ ୨ ଜଣ ବନ୍ଧୁକ ବେପାରୀ ଗିରଫ। ବ୍ଲକିଂ ଚେକିଂ ସମୟରେ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନଙ୍କ ନିକଟରୁ ଚୋରା ବନ୍ଧୁକ ଜବତ କରାଯାଇଛି। ୨ ବନ୍ଧୁକ ବେପାରୀ ହେଲେ- ଯଦୁପୁର ଅଞ୍ଚଳର ପାଟୁ ଓରଫ୍ କାବୁଲା ଖାନ୍ ଏବଂ ଖୋର୍ଦ୍ଧା ଶରଧାପୁର ଅଞ୍ଚଳର କୋନୋ ଓରଫ୍ ଶେକ୍ ତେହସିଲ୍। ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.