ଅଷ୍ଟମ ଶ୍ରେଣୀ ଛାତ୍ରୀ ମା' ହେବା ଘଟଣାର ପ୍ରତିବାଦରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ: ବିଚାର ବିଭାଗୀୟ ତଦନ୍ତ ଏବଂ ପିଡୀତାଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦାବି

Published By : Prameya-News7 Bureau | January 17, 2019 IST

ଫୁଲବାଣୀ୧୭|୧: କନ୍ଧମାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଦାରିଙ୍ଗବାଡି ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମା' ହେବା ଘଟଣାର ପ୍ରତିବାଦରେ  ବନ୍ଦ । ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ସବୁ ବନ୍ଦ ଥିଲା । ଗାଡ଼ି ମଟର ଚଳାଚଳ କରୁନଥିବାରୁ ନାହିଁ ନଥିବା ସମସ୍ୟା ଭୋଗିଥିଲେ ଯାତ୍ରୀ ।

{"id":74944}

୧୨ ଘଣ୍ଟିଆ ବନ୍ଦ ପାଳନ । କନ୍ଧମାଳ ଠପ୍ । ଫୁଲବାଣୀ ସମେତ ପୁରା ଜିଲ୍ଲାରେ ଦେଖିବାକୁ ମିଳିଥିଲା ବନ୍ଦର ପ୍ରଭାବ । ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ  ସବୁ ବନ୍ଦ । ଗାଡ଼ି ମଟର ବି ଚଳାଚଳ ବି ନାହିଁ । ଦାରିଙ୍ଗିବାଡ଼ି ତିନି ଛକରେ  ବିଜେପି କର୍ମୀମାନେ  ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଚକ ଅଖ ସବୁ ଠପ୍ ଯୋଗୁଁ ଦୂରଦୂରାନ୍ତ ଯାତ୍ରୀ ପଡ଼ିଥିଲେ ସମସ୍ୟାରେ । ଦାରିଙ୍ଗିବାଡ଼ି ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣାରେ ବନ୍ଦ ଡାକରା ଦେଇଥିଲା କନ୍ଧମାଳ ସୁରକ୍ଷା ଅଭିଯାନ । ଆଉ ବନ୍ଦକୁ ସମର୍ଥନ ଦେଇଥିଲା ବିଜେପି ।

{"id":74945}

ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି ହୋଇଛି ।  ଏହାସହ ଜିଲ୍ଲାପାଳଙ୍କ ବଦଳି, ଜିଲ୍ଲା ମଙ୍ଗଳ ଅଧତ୍କାରୀ ଓ ଦାରିଙ୍ଗବାଡି ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧତ୍କାରୀଙ୍କୁ ନିଲମ୍ବନ କରିବା, ଆଦିବାସୀ କଲ୍ୟାଣ ମନ୍ତ୍ରୀ , ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି ।  ପୀଡିତାଙ୍କୁ ସୁରକ୍ଷା ପ୍ରଦାନ ଏବଂ  ୫୦ ଲକ୍ଷ ଟଙ୍କା କ୍ଷତିପୂରଣ  ଦାବି କରିଛି ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ।

{"id":74946}

ଆଜିର ବନ୍ଦ ପୁରା ଶାନ୍ତି ପୂର୍ଣ୍ଣ ଥିଲା । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସମଗ୍ର ଜିଲ୍ଲାରେ  କଡ଼ା ସୁରକ୍ଷା ବ୍ୟବସ୍ଥା  ଗ୍ରହଣ କରାଯାଇଥିଲା ।

{"id":74947}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.