କଂଗ୍ରେସର ୬ଘଣ୍ଟିଆ ଚକାଜାମ୍ ଡାକରା, ବଲାଙ୍ଗୀରରେ ପଡିଛି ବନ୍ଦର ପ୍ରଭାବ

Published By : Prameya-News7 Bureau | February 15, 2021 IST

ବଲାଙ୍ଗୀର ୧୫।୦୨: କଂଗ୍ରେସର ଚକାଜାମ୍ ଡାକରା । ତୈଳ ଦର ବୃଦ୍ଧି, କୋଟିଆ, କୃଷି ଆଇନ, ଆଇନଶୃଙ୍ଖଳା ସମେତ ଅନେକ ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ସୋମବାର ବନ୍ଦ ଡାକରା ଦେଇଛି । ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବନ୍ଦ ପାଳନ ପାଇଁ କଂଗ୍ରେସ ଦଳ ଆହ୍ୱାନ ଦେଇଛି । ତେବେ ବନ୍ଦର ପ୍ରଭାବ ମଧ୍ୟ ବଲାଙ୍ଗୀରରେ ଦେଖିବାକୁ  ମିଳିଛି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ବଲାଙ୍ଗୀରରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି l ବଲାଙ୍ଗୀର ଜିଲ୍ଲା ସହ ସହରର ସବୁ ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୭ ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ବନ୍ଦ୍ ପାଳନ କରାଯାଉଛି l ଏପରିକି ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା , ସ୍କୁଲ୍ ଓ କଲେଜ , ସରକାରୀ ଅଫିସ  ଏବଂ ସମସ୍ତ ପ୍ରକାର ଯାନ ବହନ ଚଳାଚଳ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ କଂଗ୍ରେସକର୍ମୀଙ୍କ ପକ୍ଷରୁ ପିକେଟିଂ କରାଯାଉଛି ।  ବନ୍ଦରେ ସାମିଲ ହେବା ପାଇଁ ସହରବସୀଙ୍କୁ ଜିଲ୍ଲା କଂଗ୍ରେସ ନିବେଦନ ମଧ୍ୟ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.