ଆସନ୍ତୁ ଯିବା କଟକ….କଟକରେ କିଭଳି ବନ୍ଦର ପ୍ରଭାବ ପଡିଛି
10/09/2018 at 11:55 AM

କଟକ ୧୦/୯ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ସାରା ଦେଶରେ ଭାରତ ବନ୍ଦର ଡାକରା ଦିଆଯାଇଛି | ସକାଳ ୬ଟା ରୁ ଦିନ ୩ଟା ଯାଇଁ ସବୁ ବନ୍ଦ ରହିବ | କଟକ ନଗର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ସକାଳ ୬ଟା ରୁ କଟକ ରେଲୱେ ଷ୍ଟେସନ, ବାଦାମବାଡ଼ି, ଲିଙ୍କ ରୋଡ଼, ଅଲ ଇଣ୍ଡିଆ ରେଡ଼ିଓ, କଟକ ସିଏମସି ନିକଟରେ ପହଂଚିଛନ୍ତି | ବର୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହିତ କଂଗ୍ରେସ ବନ୍ଦ ଡାକରା ଦେଇଛି | କଡା ସୁରକ୍ଷା ବଳୟ ମଧ୍ୟରେ ସିଏମସି ଅଫିସକୁ ରଖାଯାଇଛି | କଟକରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି | ସମସ୍ତେ ସ୍ୱତଃପୂର୍ତ ଭାବେ ବନ୍ଦକୁ ସମର୍ଥନ କରିଛନ୍ତି |
Related Posts
୪୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ବେପାରୀ ଗିରଫ
7 July 2022