ସୁଧୁରୁଛି ବାହାନଗା ସ୍ଥିତି, ଟ୍ରାକରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍
5/06/2023 at 10:54 AM

ସୋର ୦୫।୦୬ : ବାହାନଗାରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରାକ ମରାମତି ପରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ବାହାନଗା ରେଳ ଦୁର୍ଘଟଣା ସ୍ଥଳ ଦେଇ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ ।
ଖବର ଅନୁଯାୟୀ, ଶୁକ୍ରବାର ଦିନ ବାହାନଗା ଷ୍ଟେସନରେ ତିନୋଟି ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଯାହାଫଳରେ ଉକ୍ତ ଟ୍ରାକଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା । ହେଲେ ଦୀର୍ଘ ୫୧ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସୁଧୁରୁଛି ବାହାନଗା ପରିସ୍ଥିତି । ରବିବାର ରାତିରେ ପ୍ରଥମ ଏକ ମାଲବାହୀ ଗାଡିକୁ ପରୀକ୍ଷାମୂଳକ ଭାବେ ଗଡିଥିଲା ।

ସୋମବାର ଦିନ ତିନୋଟି ଟ୍ରେନ୍ ବାହାନଗା ଷ୍ଟେସନ ଦେଇ ଯାଇଛି । ଆଉ ଏବେ ଏହି ଟ୍ରାକରେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ଘଣ୍ଟା ପ୍ରତି ୧୫/୨୦ କିମି ବେଗରେ ମନ୍ଥର ଗତିରେ ଗଡ଼ିଲା ଟ୍ରେନ୍ । ହାୱଡ଼ାରୁ ପୁରୀ ଅଭିମୁଖେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ ।
You Can Read :