ମୃତ୍ୟୁର ଚାରିଦିନ ପରେ ଘରୁ ଉଦ୍ଧାର ହେଲା ମୃତଦେହ, ଗାଁ ଲୋକେ ଓ ସ୍ୱେଚ୍ଛାସେବୀ କଲେ ସଂସ୍କାର

Published By : Prameya-News7 Bureau | September 07, 2022 IST

ବାଲେଶ୍ୱର ୦୭/୦୯: ମୃତ୍ୟୁର ଚାରିଦିନ ପରେ ଘର ଭିତରୁ ଶବ ଉଦ୍ଧାର । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମାଟିଆଳପଡା ଗାଁର ଘଟଣା । ମୃତକ ହେଲେ ଲକ୍ଷ୍ମଣ ସେନାପତି। ବୟସ ପାଖାପାଖି ୯୦ ବର୍ଷ । ଦୀର୍ଘ ଦିନ ହେବ ରୋଗରେ ପଡ଼ିଥିଲେ ଲକ୍ଷ୍ମଣ । ତେଣୁ ତାଙ୍କର ମୃତ୍ୟୁ ପରେ ବି ଜାଣିପାରିନଥିଲେ ସ୍ତ୍ରୀ । ରୋଗୀଣା ସ୍ତ୍ରୀ ଯାହା ମାଗି ଯାଚି ଯାହା ଦି ମୁଠା ଆଣୁଥିଲେ ସେକୁଇ ଖାଇପିଇ ପରିବାର ଚଳୁଥିଲା । ଗତ ୪ ଦିନ ତଳେ ଲକ୍ଷ୍ମଣ ଚାଲିଗଲେ ।

ହେଲେ ବୃଦ୍ଧା ପତ୍ନୀ ଏ ବାବଦରେ କିଛି ଜାଣିପାରି ନଥିଲେ । ଭାବୁଥିଲେ ସ୍ବାମୀ ତାଙ୍କର କଥା ଶୁଣୁ ନାହାନ୍ତି, ଉତ୍ତର ଦେଉ ନାହାନ୍ତି । ସ୍ବାମୀଙ୍କ ପାଖରେ ବସି କାନ୍ଦିବା ଛଡା ତାଙ୍କର ଆଉ କିଛି ବାଟ ନ ଥିଲା । ଘରେ ମଢା ପଡିଛି । ଗନ୍ଧ ବାହାରକୁ ବ୍ୟାପିଲା । ଲୋକେ ଜାଣିଲେ ବୃଦ୍ଧ ଲକ୍ଷ୍ମଣ ଆଉ ନାହାନ୍ତି । ଶେଷରେ ଗାଁର ସ୍ବେଚ୍ଛାସେବୀମାନେ ଆସି, ମୃତଦେହ ସଂସ୍କାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.