ୟୁପିରେ ଭୟଙ୍କର ଦୁର୍ଘଟଣା; ଟ୍ରକ୍‌କୁ ପିଟିଲା ବୋଲେରୋ, ୬ମୃତ

Published By : Prameya-News7 Bureau | June 30, 2023 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବନ୍ଦା ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ନିୟନ୍ତ୍ରଣ ହରାଇ ଟ୍ରକକୁ ପିଟିଲା ବୋଲେରୋ । ଏହି ଭୀଷଣ ଦୁର୍ଘଟଣାରେ ମା’ ଓ ପୁଅ ସମସ୍ତେ ୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଷ୍ଟିୟରିଂରେ ଫସିଥିବା ଡ୍ରାଇଭରକୁ ଗ୍ୟାସ୍ କଟ୍ଟର କାଟି ବାହାର କରାଯାଇଛି ।

wp:embed {"url":"https://www.prameyanews7.com/3-loss-life-by-umarkote-incindent/","type":"wp-embed","providerNameSlug":"prameya-news-7"}
https://www.prameyanews7.com/3-loss-life-by-umarkote-incindent/
/wp:embed

ଗୁରୁବାର ବିଳମ୍ବିତ ରାତିରେ କମାସିନ- ରାଜାପୁର ରାସ୍ତାରେ ଏହି ଦୁର୍ଘଟଣା ହୋଇଛି । ତଲୌସା ଗାଁର ୧୫ ବର୍ଷୀୟ କୁଲ୍ଲୁଙ୍କୁ ସଂଧ୍ୟା କରେଣ୍ଟ ଲାଗିଥିଲା । ତାଙ୍କୁ ସମ୍ପର୍କୀୟମାନେ ଏକ ବୋଲେରୋରେ ବବେରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଏହି ସମୟରେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ବୋଲେରୋ ନିୟନ୍ତ୍ରଣ ହରାଇ ପଛପଟୁ ପିଟିଥିଲା । ଫଳରେ ଏଥିରେ ମା’ ଓ ପୁଅଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ।  

ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବନ୍ଦା ଜିଲ୍ଲାପାଳ । ମୃତକଙ୍କ ପରିବାର ସମବେଦନା ଜଣାଇଛନ୍ତି । ଅନ୍ୟପଟେ ବୋଲେରୋ ଡ୍ରାଇଭର ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ଚଳାଉଥିଲେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.