ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ

Published By : Prameya-News7 Bureau | September 27, 2021 IST

ଭଦ୍ରକ, ୨୭।୦୯ :    କୃଷି ଆଇନ ଓ ବିଦ୍ୟୁତ ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ଡାକରା । ବନ୍ଦ ଡାକରାର ପ୍ରଭାବ ଭଦ୍ରକ ଜିଲ୍ଲାରେ ପରିଲକ୍ଷିତ ହୋଇଛି । ଜିଲ୍ଲାର ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରୁଛନ୍ତି ।

ସହରର ବନ୍ତ ଛକଠାରେ କର୍ମୀ ମାନେ ପିକେଟିଂ କରିଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ ନିକଟରେ ରାଜପଥ ଅବରୋଧ କରି ଗାଡି ଚଳାଚଳକୁ ବନ୍ଦ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ ଆଇନକୁ ବିରୋଧ କରି ସେମାନେ ନାରାବାଜି କରିଛନ୍ତି । ୩ ଗୋଟି କୃଷି ଆଇନକୁ ବିରୋଧ କରିବା ସହ ବିଦ୍ୟୁତ ଆଇନକୁ ମଧ୍ୟ ପ୍ରତ୍ୟାହାର କରିବା ପାଇଁ ଦାବି ସେମାନେ ଦାବି ରଖିଛନ୍ତି ।

ସୂଚନାଯୋଗ୍ୟ, ଚାଷୀ ଓ ସାଧାରଣ ଜନତାଙ୍କ ପାଇଁ ଏହି ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା  ଦାବି କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.