ବୁଧବାର ହିଁ ହେବ ମହାପ୍ରଭୁଙ୍କ ବନକଲାଗି, ଶୁକ୍ରବାର ବସିବ ନୀତି ସବ୍‌ କମିଟି ବୈଠକ : ମୁଖ୍ୟ ପ୍ରଶାସକ

Published By : Prameya-News7 Bureau | July 27, 2023 IST

ଭୁବନେଶ୍ବର ୨୭।୭: ମହାପ୍ରଭୁଙ୍କ ବନକଲାଗି ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ବନକଲାଗି ପ୍ରସଙ୍ଗ ନେଇ ଶୁକ୍ରବାର ନୀତି ସବ୍‌ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।‌ ସବ୍ କମିଟିର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବୁଧବାର ଦିନ ହିଁ ମହାପ୍ରଭୁଙ୍କ ବନକଲାଗି ନୀତି ହେବ ବୋଲି ସ୍ପଷ୍ଟ କଲେ ମୁଖ୍ୟ ପ୍ରଶାସକ ।

wp:embed {"url":"https://www.prameyanews7.com/banaka-lagi-ritual-not-performed-yet-at-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/banaka-lagi-ritual-not-performed-yet-at-puri/
/wp:embed

ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବିବାଦ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଥିଲେ ଦତ୍ତ ମହାପାତ୍ର ସେବାୟତ । ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି କରିବା ପାଇଁ ଅନୁରୋଧ କରିଥିଲେ । ସକାଳୁ ବନକଲାଗି କରିବା ପାଇଁ ଶ୍ରୀମନ୍ଦିର ଯାଇଥିଲେ ଦତ୍ତମହାପାତ୍ର ସେବାୟତ । ଶ୍ରୀମନ୍ଦିର କମାଣ୍ଡରଙ୍କ ଅନୁମତି ନମିଳିବାରୁ ହୋଇପାରିନଥିଲା ବନକଲାଗି ।

wp:embed {"url":"https://www.prameyanews7.com/banaklagi-niti-issue-in-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/banaklagi-niti-issue-in-puri/
/wp:embed

ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବୁଧବାର ବନକଲାଗି କରିବା ପାଇଁ ମୁଖ୍ୟ ପ୍ରଶାସକ କହିଥିଲେ ।  ତେବେ ନିଯୋଗ ସହ ଆଲୋଚନା ପରେ ପଦକ୍ଷେପ ନେବୁ ବୋଲି ବନକଲାଗି ସେବାୟତ ସଞ୍ଜୟ ଦତ୍ତ ମହାପାତ୍ର କହିଥିଲେ ।

You Can Read :

wp:embed {"url":"https://www.prameyanews7.com/andhra-and-odisha-meeting-fail/","type":"wp-embed","providerNameSlug":"prameya-news-7"}
https://www.prameyanews7.com/andhra-and-odisha-meeting-fail/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.