ବିପୁଳ ପରିମାଣର ବାଣ ଜବତ; ଜଣେ ଗିରଫ
16/12/2022 at 11:30 PM

ସାନଖେମୁଣ୍ଡି ୧୭/୧୨: ପୋଲିସ ଚଢ଼ଉରେ ବିପୁଳ ପରିମାଣର ବାଣ ଜବତ। ପାଟପୁର ଥାନା ଡେଙ୍ଗାଉସ୍ତା ମାର୍କେଟରେ ବେଆଇନ ବାଣ ଥିବା ଗୋଦାମରେ ପୋଲିସ ଚଢ଼ଉ କରିଛି।ଜବତ ବାଣର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ବୋଲି ପୋଲିସ କହିଛି। ବିଭିନ୍ନ ପ୍ରକାରର ବାଣ ଜବତ ସହ ଜଣେ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତର ପରିଚୟ କୈଳାସ ପାତ୍ର (୫୧) ସେ ଡେଙ୍ଗାଉସ୍ତାର ବାସିନ୍ଦା। ଏନେଇ ପାଟପୁର ଥାନାରେ ଅଭିଯୋଗ ନମ୍ୱର ୪୫୪/୨୨ ମୂଳେ ମାମଲା ରୁଜୁ ହୋଇଛି। ଏନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନାଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023