ବନ ମହୋତ୍ସବ ସପ୍ତାହ, ବଡ଼ଚଣା ଓ ଧର୍ମଶାଳା ବ୍ଲକରେ ଲଗାଯିବ ୩ ଲକ୍ଷରୁ ଅଧିକ ଗଛ

Published By : Prameya-News7 Bureau | July 08, 2022 IST

ଚଣ୍ଡୀଖୋଲ ୦୮/୦୭: ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ପରିବେଶ ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନିଆଯାଇଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗୋଡ଼ିମାଗୁରା ଠାରେ ଚଳିତ ବର୍ଷ ୧ ଲକ୍ଷ ୫୦ ହଜାର ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ବନ ମହୋତ୍ସବ ସପ୍ତାହ ଅବସରରେ ଡାଳିଯୋଡ଼ା ବନାଞ୍ଚଳ ପକ୍ଷରୁ ଏ ନେଇ ଭୂମି ପୂଜା କରାଯାଇ ବୃକ୍ଷରୋପଣ କରାଯାଇଛି । ବାତ୍ୟା ସମୟରେ ଏଠାରେ ବହୁ ଗଛ ଉପୁଡି ପଡ଼ିଥିବାବେଳେ ପୁଣି ଏହି ଅଂଚଳକୁ ସବୁଜିମା କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ବିଭିନ୍ନ ଫଳନ୍ତି ଗଛ ସହ ଔଷଧୀୟ ଗଛ ଲଗାଯାଉଛି । ଯାହାକି ସ୍ଥାନୀୟ ଅଂଚଳ ବାସୀଙ୍କ ପାଇଁ ବେଶ ଲାଭଦାୟକ ହେବ ।

ବୃକ୍ଷ ରୋପଣ କରିବା ସହ ଏହାର ଯତ୍ନ ନେବା ଦିଗରେ ବହୁ ଲୋକେ କର୍ମ ନିଯୁକ୍ତିର ସୁଯୋଗ ପାଇ ପାରିବେ । ଡାଳିଯୋଡ଼ା ବନଖଣ୍ଡ ପକ୍ଷରୁ ବଡ଼ଚଣା ଓ ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଉଛି । ଏହାଛଡା ଜନ ପ୍ରତିନିଧି, ସ୍ଥାନୀୟ ଅଂଚଳବାସୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ସଚେତନ କରଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.