ଡାଗୱେଲରେ ପଡି ବନ କର୍ମଚାରୀଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା

Published By : Prameya-News7 Bureau | November 04, 2022 IST

ଉଦଳା ୦୪/୧୧: ନିଜ ଡ୍ୟୁଟି ସାରି ଖାଇସାରି ଶୋଇଥିଲେ । ହେଲେ ହଠାତ ରାତି ଅଧରେ ସେ ଡାଗୱେଲରେ ପଡି ଯାଇଥିଲେ ଆଉ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ । ଏଭଳି ଘଟଣା ଘଟିଛି ଶରତ ଥାନା ନୋଟ ଅଞ୍ଚଳରେ ।

ନୋଟ ସେକ୍ସନରେ କାର୍ଯ୍ୟରତ ସବୁଜ ବାହିନୀ କର୍ମଚାରୀ ଅଜୟ ଦାସ ଗତକାଲି ବିଳମ୍ବିତ ରାତିରେ ଡାଗୱେଲରେ ପଡି ଯାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶରତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଖାଇ ସାରି ଶୋଇଥିବା ଅଜୟ ଡାଗୱେଲ ନିକଟକୁ ଗଲେ କିପରି, ଏହା ଏକ ଦୁର୍ଘଟଣା ନା କଣ ତାହାର ଖୋଳତାଡ଼ କରୁଛି ପୋଲିସ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.