ସ୍କ୍ୱାର୍ଡ ବନ କର୍ମଚାରୀଙ୍କ ଧାରଣା, ଚାକିରୀ ନିୟମିତ କରିବାକୁ ଦାବି

Published By : Prameya-News7 Bureau | January 11, 2022 IST

ଆନନ୍ଦପୁର, ୧୧/୦୧:   ଆନନ୍ଦପୁର ବନ୍ୟପ୍ରଣୀ ବନଖଣ୍ଡ ଅଧିନରେ  କାର୍ଯ୍ୟରତ୍ତ ସ୍କ୍ୱାର୍ଡ କର୍ମଚାରୀଙ୍କ ଧାରଣା । କର୍ମଚାରୀମାନେ ନିଜର ହକ୍ ପାଇଁ ମଙ୍ଗଳବାର ୧୪ଦଫା ଦାବି ନେଇ ଡିଏଫଓଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବନ ବିଭାଗର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଏହି ସ୍କ୍ୱାର୍ଡ କର୍ମଚାରୀ । ସେମାନଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ଆଜି ଯାଏଁ ମଜୁରି ମିଳୁଛି । କର୍ମଚାରୀଙ୍କୁ ନିୟମିତ କରିବାର କୈଣସି ସୁଯୋଗ ନାହିଁ । ବରଂ ଆବଶ୍ୟକ ହେଲେ ସେମାନଙ୍କୁ ଚାକିରିରୁ ଛଟେଇ ମଧ୍ୟ କରାଯାଉଛି ।

ଏସବୁକୁ ବିରୋଧ କରି ଆଜି କାର୍ଯ୍ୟରତ୍ତ ସ୍କ୍ୱାର୍ଡ କର୍ମଚାରୀ ମାନେ ମିଳିତ ହୋଇ ଡିଏଫଓଙ୍କୁ ଭେଟିଛନ୍ତି । ଏହାସହ  ମୁଖ୍ୟମନ୍ତ୍ରୀ ଓ ପିସିସିଏଫଙ୍କ ଉଦ୍ଦେଶ୍ୟରେ ୧୪ ଦଫା ସମ୍ବଳିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତୁରନ୍ତ ଏହା ଉପରେ ବିଚାର କରି ପଦକ୍ଷପ ନେବାକୁ ସେମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.