ହାତୀ ଆକ୍ରମଣରେ ମହିଳା ବନ କର୍ମଚାରୀ ଗୁରୁତର

Published By : Prameya-News7 Bureau | January 16, 2023 IST

ଆଠଗଡ଼ ୧୬/୦୧: ଆଠଗଡ଼ ବନଖଣ୍ଡ ବଡମ୍ବା ରେଞ୍ଜ୍‌ରେ ଅଘଟଣ । ବାଣପୁର ଫରେଷ୍ଟ ବିଟର ଫରେଷ୍ଟ ଗାର୍ଡ ନଳିନୀ ବେହେରା ଦାନ୍ତହାତୀ ଆକ୍ରମଣରେ ଗୁରୁତର ।

ସୂଚନା ଥାଉକି, ରାମପୁର-ଖଳିମାଟି ରାସ୍ତାର ବାଙ୍କପଥର ଠାରେ ଦନ୍ତାହାତୀ ସହିତ ମୁହାଁମୁଁହି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ହାତୀର ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଫରେଷ୍ଟ ଗାର୍ଡ । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଡମ୍ବା ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ସେଠାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.