ଆହତ ଦନ୍ତାହାତୀର ଉନ୍ମତ୍ତ କାଣ୍ଡ; ବନ କର୍ମଚାରୀଙ୍କୁ ଟେକି କଚାଡ଼ି ଦେଲା

Published By : Prameya-News7 Bureau | March 11, 2022 IST

ଢେଙ୍କାନାଳ ୧୧/୦୩ : ଢେଙ୍କାନାଳ ସଦର ବନାଞ୍ଚଳରେ ଏକ ଆହତ ଦନ୍ତା ହାତୀ ଉନ୍ମତ୍ତ କାଣ୍ଡ ଘଟାଇଛି । ଏହି ଆହତ ଦନ୍ତାକୁ ଜଗିଥିବା ଜଣେ ବନକର୍ମଚାରୀଙ୍କୁ ହାତୀଟି ଟେକି କଚାଡ଼ି ଦେଇଛି। ଫଳରେ ଗୁରୁତର ଅବସ୍ଥାରେ ଏହି ବନକର୍ମଚାରୀଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ବନ କର୍ମଚାରୀ ଜଣକ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ବିଶ୍ୱରଞ୍ଜନ ପାଣିଗ୍ରାହୀ ବୋଲି ଜଣାପଡିଛି ।

ସୂଚନା ଥାଉକି, ଏହି ଦନ୍ତା ହାତୀଟିର ଡାହାଣ ଗୋଡ଼ରେ ଗଭୀର କ୍ଷତ ଯୋଗୁଁ ଆହତ ଅବସ୍ଥାରେ ସଦର ବନାଞ୍ଚଳର ଗହମଖୁଣ୍ଟି ଗାଁ ପାଖରେ ଟିକିଲି ପୋଖରୀ ପାଖରେ ଠିଆ ହୋଇ ରହିଥିଲା। ଶିକାରୀଙ୍କ ଗୁଳିମାଡ଼ରେ ଏହି ଦନ୍ତା ଆହତ ହୋଇଥିବା ଅନୁମାନ କରାଯାଇଥିଲା। ଏ ସମ୍ପର୍କରେ ନିଉଜ 7ରେ ଖବର ପ୍ରସାରଣ ପରେ ବନବିଭାଗର ନିଦ ଭାଙ୍ଗିଥିଲା। ଆଉ ହାତୀର ଚିକିତ୍ସା ପାଇଁ ବନ ବିଭାଗ ପଦକ୍ଷେପ ଆରମ୍ଭ କରିଛି। ତେବେ ହାତୀର ଏପରି ଅସୁସ୍ଥ ଅବସ୍ଥା ପାଇଁ ଢେଙ୍କାନାଳ ବନ ବିଭାଗ ବନ କର୍ମଚାରିମାନଙ୍କୁ ହାତୀକୁ ଜଗିବାକୁ ପଠାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.