Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି ସରକାରଙ୍କ ବଡ଼ ପଦକ୍ଷେପ, ଚିନି ରପ୍ତାନୀ ରୋକ ବଢିଲା ଆଉ ବର୍ଷେ

29/10/2022 at 4:02 PM

ନୂଆଦିଲ୍ଲୀ ୨୯।୧୦: ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ନିୟମିତ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ ସରକାରଙ୍କ ଦ୍ୱାରା ଚିନି ରପ୍ତାନୀ ଉପରେ ଥିବା ରୋକକୁ ଆଉ ବର୍ଷକ ପର୍ଯ୍ୟନ୍ତ ବଢାଯାଇଛି। ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ରପ୍ତାନୀ ରୋକ ଲାଗିଛି। ଏହି ନିଷ୍ପତ୍ତି ସରକାର ଏପରି ଏକ ସମୟରେ ନେଇଛନ୍ତି ଯେତେବେଳେ ଖାଦ୍ୟ ଉତ୍ପାଦ ମୂଲ୍ୟ ବୃଦ୍ଧି ଯୋଗୁ ସାରା ବିଶ୍ୱରେ ତୀବ୍ର ମୂଲ୍ୟ ବୃଦ୍ଧି ହେଉଛି। ଏହା ପୂର୍ବରୁ ସରକାର ଏହି ବ୍ୟାନକୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଲାଗୁ କରିଥିଲେ।

ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ(ଡିଜିଏଫଟି)ଙ୍କ ପକ୍ଷରୁ ଜାରି ବୟାନ ଅନୁସାରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ବିଦେଶକୁ ଚିନି ରପ୍ତାନୀ ବନ୍ଦ ରହିବ। ତେବେ ଏହି ରୋକ ସିଏକ୍ସଏଲ ଓ ଟିଆରକ୍ୟୁ କୋଟା ଇୟୁରୋପୀୟ ୟୁନିୟନ ଓ ଆମେରିକାକୁ କରାଯାଉଥିବା ଚିନି ରପ୍ତାନୀ ଉପରେ ପ୍ରଜୁଯ୍ୟ ନୁହେଁ।  ଏହାର ଅର୍ଥ ପୂର୍ବ ପରି ଏବେବି ଏହି ଦେଶମାନଙ୍କୁ ଚିନି ରପ୍ତାନୀ ଜାରି ରହିବ।

ବର୍ତ୍ତମାନ ସମୟରେ ଭାରତ ବିଶ୍ୱରେ ଚିନିର ସବୁଠୁ ବଡ଼ ଉତ୍ପାଦକ ଦେଶ। ଏଥିରେ ଚଳିତ ବର୍ଷ ଚିନି ରପ୍ତାନୀ ଲାଗି ବିଶ୍ୱର ଦ୍ୱିତୀୟ ରପ୍ତାନୀକାରୀ ଦେଶରେ ପରିଣତ ହୋଇଛି। ଏଥିରେ ଦେଶରେ ବଢି ଚାଲିଥିବା ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ଚିନି ରପ୍ତାନୀ ଉପରେ ରୋକ ମଧ୍ୟ ଏକ ବଡ଼ ତଥା ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଛି। ଏହା ପୂର୍ବରୁ କେନ୍ଦ୍ର ସରକାର ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ।

   Related Posts