ଇସ୍ରୋର ଫଟୋ ପରେ ଧସୁଥିବା ଯୋଶୀମଠର ତଥ୍ୟ ଜାରି ଉପରେ ଲାଗିଲା ରୋକ୍, କାହିଁକି ଏମିତି ନିଷ୍ପତ୍ତି ନେଲା NDMA ?

Published By : Prameya-News7 Bureau | January 14, 2023 IST

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ) ଗୋଟିଏ ଦିନ ପୂର୍ବେ ରିପୋର୍ଟ ଦେଇଥିଲା ଯେ, ଉତ୍ତରାଖଣ୍ଡର ଯୋଶୀମଠରେ କେବଳ ୧୨ ଦିନରେ ମାଟି ୫.୪ ସେମି ଧସିଥିବା ଦେଖିବାକୁ ମିଳିଛି। ଏହା ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସରକାରୀ ସଂସ୍ଥା(ଏନଡିଏମଏ) ଏବଂ ଗଣମାଧ୍ୟମ ସହ ଆଲୋଚନା କରି ସାମାଜିକ ଗଣମାଧ୍ୟମରେ ତଥ୍ୟ ଦେବା ଉପରେ  ରୋକ୍ ଲଗାଇଛି। ସଂଗଠନଗୁଡିକର  ତଥ୍ୟ ଭ୍ରମ ଉତ୍ପନ କରୁଥିବା ଏନଡିଏମଏ କହିଛି।

ଯୋଶୀମଠକୁ ନେଇ ଜାନୁଆରୀ ୧୨ରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବିଭିନ୍ନ ସରକାରୀ ସଂସ୍ଥା ସାମାଜିକ ଗଣମାଧ୍ୟମରେ ତଥ୍ୟ ଅପଲୋଡ୍ କରୁଥିବା ବିଷୟ ଉପରେ ଆଲୋଚନ ହୋଇଥିଲା।ସରକାରୀ ସଂସ୍ଥା ଘଟଣାକୁ ନେଇ ଗଣମାଧ୍ୟମ ସହ ବିସ୍ତୃତ ଆଲୋଚନା କରୁଛନ୍ତି। ଏହା ଫଳରେ କେବଳ ପ୍ରଭାବିତ ଲୋକ ନୁହନ୍ତି ବରଂ ଦେଶର ନାଗରିକଙ୍କ ମଧ୍ୟରେ ଭ୍ରମର ମାହୋଲ ସୃଷ୍ଟି କରୁଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ଯୋଶୀମଠରେ ମାଟି ଧସିବାର ଆକଳନ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ। ତେବେ ଇସ୍ରୋ ସହିତ ଅନେକ ସଂସ୍ଥା ନିଜ ସଂଗଠନକୁ ଏ ପ୍ରସଙ୍ଗରେ ସମ୍ବେଦନଶୀଳ କରାନ୍ତୁ ବୋଲି ଏନଡିଏମଏ ଅପିଲ୍ କରିଛି।ବିଶେଷଜ୍ଞ କମିଟି ଦ୍ଵାରା ଜାରି ଚୂଡାନ୍ତ ରିପୋର୍ଟ ନ ଆସିବା ଯାଏଁ ସାମାଜିକ ଗଣମାଧ୍ୟମରେ କିଛି ବି ପୋଷ୍ଟ କରିବାରୁ ନିବୃତ୍ତ ରୁହନ୍ତୁ ବୋଲି ଏନଡିଏମଏ କହିଛି।

କାର୍ଟୋସାଟ୍-୨ ଏସ୍ ଉପଗ୍ରହରୁ ନିଆଯାଇଥିବା ଏବଂ ଇସ୍ରୋ ରାଷ୍ଟ୍ରୀୟ  ରିମୋଟ୍ ସେସିଙ୍ଗ୍ ସେଣ୍ଟର ଦ୍ଵାରା ଜାରି ଉପଗ୍ରହ ଛବିରୁ ଜଣା ପଡିଛି ଯେ, ଯୋଶୀମଠରେ ଡିସେମ୍ବର ୨୭ ଏବଂ ଜାନୁଆରୀ ୮ ମଧ୍ୟରେ ମାଟି ୫.୪ ସେମି ଧସି ଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଗତ ବର୍ଷ ଡିସେମ୍ବରରେ ରାସ୍ତା ଏବଂ ଘରଗୁଡିକରେ ବଡ ବଡ ଫାଟ ସୃଷ୍ଟି ହୋଇଥିଲା।ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଛି। ଉପଗ୍ରହ ସର୍ଭେ ପରେ ପ୍ରାୟ ୪୦୦୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପରିବେଶବିତ୍ ଏବଂ ସ୍ଥାନୀୟ ଲୋକେ ଯୋଶୀମଠ ପରି ସମ୍ବେଦନଶୀଳ ସହରରେ ଆଖିବୁଜା ନିର୍ମାଣକୁ ନେଇ ସତର୍କ କରାଇ ଆସିଛନ୍ତି। ତେବେ ସେମାନଙ୍କର କଥାକୁ ଅଣଦେଖା କରି ସରକାର ସଡକ ପ୍ରଶସ୍ତିକରଣ, ଡ୍ୟାମ୍ ଏବଂ ପାଓ୍ଵାର ପ୍ଲାଣ୍ଟ ନିର୍ମାଣ କରିଥିଲେ। ଏହା ବ୍ୟତୀତ ମନମୁଖୀ ହୋଟେଲ୍ ଏବଂ ବହୁତଳ କୋଠା ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.