ଗୋ ହତ୍ୟା ନିରୋଧ ବିଲ୍ ରାଜ୍ୟ ପ୍ରଗତିରେ ବାଧା ସୃଷ୍ଟି କରିବ: ପ୍ରିୟଙ୍କ ଖଡ଼ଗେ
6/06/2023 at 11:22 PM

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବାସବରାଜ ବୋମାଇ ସରକାରଙ୍କର ଆଣିଥିବା ଗୋ ହତ୍ୟା ନିରୋଧ ବିଲ୍ ରାଜ୍ୟର ପ୍ରଗତିରେ ବାଧା ସୃଷ୍ଟି କରିବ ଓ ଆର୍ଥିକ ବୋଝ ବଢ଼ାଇବ। ଜାତୀୟ ଗଣାଧ୍ୟମ ଏନ୍ଡିଟିଭିରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ। ତେବେ ଏକଥା କଂଗ୍ରେସ ସରକାର କହୁ ନାହିଁ, ଏକଥା ଖୋଦ୍ ବିଜେପି ସରକାର ଅର୍ଥ ବିଭାଗ ଏହି ତଥ୍ୟ ଦେଇଛି ବୋଲି ଶ୍ରୀ ଖଡ଼ଗେ କହିଛନ୍ତି।
ଖାଡ଼ଗେ ଆହୁରି କହିଛନ୍ତି ଯେ କେବଳ ଗୋ ହତ୍ୟା କିମ୍ବା ହିଜାବ ନୁହେଁ, ବିଜେପି ସରକାରଙ୍କ ଦ୍ୱାରା ଅଣାଯାଇଥିବା ନିୟମ ଯଦି ଏହା ରାଜ୍ୟର ଆର୍ଥିକ ତଥା ସାମାଜିକ ଅଭିବୃଦ୍ଧି ବିରୁଦ୍ଧରେ ଯାଏ ତେବେ ଏହାକୁ ବାଦ୍ ଦିଆଯିବ। କଂଗ୍ରେସ ସରକାରର କାମ ରାଜନୀତି ନୁହେଁ ବରଂ ବିକାଶ ବୋଲି ଖଡ଼ଗେ କହିଛନ୍ତି। ଗୋ ହତ୍ୟା ନିରୋଧ ବିଲ୍ କେବଳ ନାଗପୁର ବିଜେପି ବସ୍ମାନଙ୍କୁ ଖୁସୀ କରିବାକୁ ଅଣାଯାଇଥିଲା। ଏଥିରେ ନା କାରଖାନା ନା କୃଷକଙ୍କ ହିତରେ ଥିଲା ବୋଲି ଖଡ଼ଗେ କହିଛନ୍ତି।
ଏ ଖବର ପଢନ୍ତୁ- ଏହି ରାଜ୍ୟରେ ଗୋହତ୍ୟା ବିରୋଧରେ ଆସିଲା କଠୋର ଆଇନ, ଦୋଷୀଙ୍କୁ ମିଳିବ ଏତେ ଦଣ୍ଡ
ସେ କହିଛନ୍ତି “ବୃହତ ଆର୍ଥିକ ବୋଝକୁ ଦେଖି ଏହି ବିଲ୍ ଉପରେ ପୁନର୍ବିଚାର କରାଯାଇପାରେ। ଯେତେବେଳେ ଆମେ ରୋଜଗାର ପାଇଁ ସଂଘର୍ଷ କରୁଛି ସେଠି ଏଭଲି ବିଲ୍ ପାଇଁ ଆମେ ଖର୍ଚ୍ଚ କରିପାରିବୁ ନାହିଁ। ଆସନ୍ତା ଦୁଇ ବର୍ଷରେ ବଜେଟ୍ କମିବାର ଆଶଙ୍କା ରହିଛି। ବିଲ୍କୁ କ୍ୟାବିନେଟ୍ ସ୍ଥଗିତ ରଖିପାରେ।” ବିଜେପି ସମୟରେ ଏହି ଆର୍ଥିକ ରିପୋର୍ଟ ଲେଖାଯାଇଥିଲା ବୋଲି ପ୍ରିୟଙ୍କ ଖଡ଼ଗେ କହିଛନ୍ତି।